ଇତିହାସ ରଚିଲା ଭାରତ: ଥୋମାସ କପ୍‌ରେ ଭାରତର ଐତିହାସିକ ଟାଇଟଲ୍‌, ୧ କୋଟି ଟଙ୍କା ପୁରସ୍କାର ଘୋଷଣା କଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ
Khabar Odisha:India-makes-history-Union-Sports-Minister-announces-Rs-1-crore-prize-for-Indias-historic-title-in-Thomas-Cup
ନୂଆଦିଲ୍ଲୀ, ମେ ୧୫(ଖବର ଓଡିଶା):

ବେଡମିଣ୍ଟନର ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟ ଥୋମାସ କପ ଜିତି ଇତିହାସ ରଚିଲା ଭାରତ । ପ୍ରଥମ ଥର ପାଇଁ ଭାରତକୁ ଏହି ସଫଳତା ମିଳିଛି । ଖେଳାଳିମାନଙ୍କର ଏହି ଐତିହାସିକ ସଫଳତା ପାଇଁ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହିତ ବିଜେତା ଟିମକୁ ଏକ କୋଟି ଟଙ୍କା ପୁରସ୍କାର ଦେବାକୁ କେନ୍ଦ୍ର କ୍ରୀଡାମନ୍ତ୍ରୀ ଘୋଷଣା କରିଛନ୍ତି । 

କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଟ୍ୱିଟ କରି ଏହି ପୁରସ୍କାର ଘୋଷଣା କରିଛନ୍ତି । ଏହାସହିତ ବିଜେତାଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି । ତେବେ ରବିବାର ଭାରତୀୟ ବ୍ୟାଡମିଣ୍ଟନ ପାଇଁ ଏର ଐତିହାସିକ ଦିନ ଅଟେ । 

ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ଟିମ ଥୋମାସ କପ ଚାମ୍ପିୟନ ହୋଇଛି । ୧୪ ଥରର ଚାମ୍ପିୟନ ଇଣ୍ଡୋନେସିଆକୁ ହରାଇ ଭାରତୀୟ ବ୍ୟାଡମିଣ୍ଟନ ଟିମ ଇତିହାସ ରହିଛି ।

  • Tags:

Subscribe

National International State Sports Entertainment