କାନପୁର: ବାଂଲାଦେଶ ବିପକ୍ଷରେ ଚେନ୍ନାଇରେ ଦମଦାର ବିଜୟ ହାସଲ ପରେ ଭାରତୀୟ କ୍ରିକେଟ୍ ଟିମ୍ ଏବେ କାନପୁରସ୍ଥିତ ଗ୍ରୀନ୍ ପାର୍କରେ ଅଭ୍ୟାସ ଜାରି ରଖିଛନ୍ତି। ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ କାନପୁରରେ ଶୁକ୍ରବାର ଠାରୁ ଖେଳାଯିବ। ଏଥି ପାଇଁ ଇଣ୍ଡିଆର ଖେଳାଳିମାନେ ନିଜକୁ ପ୍ରସ୍ତୁତ କରୁଛନ୍ତି। ବାଂଲାଦେଶକୁ ପରାସ୍ତ କରି ଭାରତ ଶୃଙ୍ଖଳାକୁ ୨-୦ କରିବାକୁ ଚାହିଁବ।
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସମେତ ଅନ୍ୟ ବୋଲରମାନେ ମଧ୍ୟ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଛି। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଜୋରସୋର ସହିତ ମଇଦାନକୁ ଓହ୍ଲାଇବ। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆରେ ଏକ ବଡ଼ ପରିବର୍ତ୍ତନ ହୋଇପାରେ ଏବଂ ବୁମରାଙ୍କ ସ୍ଥାନରେ ଘରୋଇ ତାରକା କୁଲଦୀପ ଯାଦବ ଖେଳିପାରନ୍ତି। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ସଞ୍ଜୟ ମଞ୍ଜରେକର ଏ ବିଷୟରେ ସୂଚନା ଦେଇଛନ୍ତି।
ଟିମ୍ ଇଣ୍ଡିଆର ଟେଷ୍ଟ ଅଧିନାୟକ ରୋହିତ ଶର୍ମା ଦୁଇ ସ୍ପିନର ଓ ତିନି ବୋଲରଙ୍କ ସହ ଚେନ୍ନାଇ ପଡ଼ିଆରେ ନଜରକୁ ଆସିଥିଲେ। କୁଲଦୀପ ଯାଦବ ଟିମ୍ ଇଣ୍ଡିଆ ପାଇଁ ଚେନ୍ନାଇରେ ଖେଳି ନଥିଲେ। କାନପୁର ଟେଷ୍ଟରେ ସେ ଅଭ୍ୟାସ କରୁଥିବା ନଜରକୁ ଆସିଛନ୍ତି।
ସମ୍ଭାବିତ ଭାରତୀୟ ଟିମ: ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଶୁଭମାନ ଗିଲ, ବିରାଟ କୋହଲି, ଋଷଭ ପନ୍ତ, କେ.ଏଲ୍ ରାହୁଲ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ୍, କୁଲଦୀପ ଯାଦବ, ମହମ୍ମଦ ସିରାଜ ଓ ଆକାଶ ଦୀପ