ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ୧୯୯୩ ମସିହା ଆଜିର ଦିନରେ ଗୁଜରାଟର ସୁରଟରେ ଜନ୍ମଗ୍ରହଣ କରିଥିଲେ ଏବଂ ବର୍ତ୍ତମାନ ତାଙ୍କୁ ୩୧ ବର୍ଷ ହୋଇଛି। ଆଜି ହାର୍ଦ୍ଦିକ ଅନ୍ତର୍ଜାତୀୟ କ୍ରିକେଟରେ ୩୮୦୦ରୁ ଅଧିକ ରନ୍ କରିବା ସହ ୧୮୮ ୱିକେଟ୍ ମଧ୍ୟ ନେଇଛନ୍ତି। ସେ ୨୦୨୪ ମସିହାରେ ବିସିସିଆଇର ଗ୍ରେଡ୍ ଏ ଖେଳାଳି, ଯିଏକି ବାର୍ଷିକ ୫ କୋଟି ଟଙ୍କା ଦରମା ପାଆନ୍ତି। ଏହା ବ୍ୟତୀତ ସେ ସ୍ପନ୍ସରସିପ୍, ଆଇପିଏଲ୍ ଏବଂ ଅନ୍ୟାନ୍ୟ ସୂତ୍ରରୁ ବହୁତ ରୋଜଗାର କରନ୍ତି। କିନ୍ତୁ ତାଙ୍କ ଆର୍ଥିକ ଅବସ୍ଥା ସବୁବେଳେ ଏମିତି ନଥିଲା କାରଣ ତାଙ୍କ ପରିବାରକୁ ବହୁତ ସଂଘର୍ଷ ମଧ୍ୟ ଦେଇ ଗତି କରିବାକୁ ପଡିଥିଲା।
ଏକ ସମୟ ଥିଲା ଯେତେବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବାପା ହିମାଂଶୁ ପାଣ୍ଡ୍ୟାଙ୍କ ସୁରଟରେ ବ୍ୟବସାୟ ଧୀରେଧୀରେ ଧୀରେ ଆର୍ଥିକ ସଙ୍କଟ ଯୋଗୁଁ ସେ ପରିବାର ସହ ସୁରତରୁ ବଡୋଦରା ଚାଲି ଆସିଥିଲେ। ନୂଆ ସହରକୁ ଆସିବାର ଅନ୍ୟତମ କାରଣ ଥିଲା ତାଙ୍କ ପୁଅ ହାର୍ଦ୍ଦିକ ଓ କ୍ରୁନାଲ ପାଣ୍ଡ୍ୟାଙ୍କ କ୍ରିକେଟ୍ ପ୍ରଶିକ୍ଷଣ। କିନ୍ତୁ ପ୍ରାରମ୍ଭରେ ତାଙ୍କ ଆର୍ଥିକ ସ୍ଥିତି ଭଲ ନଥିଲା। ହାର୍ଦ୍ଦିକ ଓ ତାଙ୍କ ଭାଇ କ୍ରୁନାଲ ପାଣ୍ଡ୍ୟାଙ୍କ ପାଖରେ କ୍ରିକେଟକିଟ୍ କିଣିବା ପାଇଁ ଟଙ୍କା ନଥିଲା। ତେଣୁ ଦୁହେଁ ସ୍ଥାନୀୟ ଟୁର୍ଣ୍ଣାମେଣ୍ଟରେ ୨୦୦ ଟଙ୍କାରେ ଖେଳୁଥିଲେ, ଯାହା ସେମାନଙ୍କୁ କ୍ରିକେଟ୍ ଉପକରଣ କିଣିବାରେ ସାହାଯ୍ୟ କରୁଥିଲା।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମ୍ପତ୍ତି ଏବେ ୯୪ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅନେକ ଥର ଦେଖିବାକୁ ମିଳିଛି ଯେ ହାର୍ଦ୍ଦିକ ପାଣ୍ଡ୍ୟା ଦାମୀ ଘଡ଼ି ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି। ସେମାନଙ୍କ ଘଡ଼ିର ମୂଲ୍ୟ ମଧ୍ୟ କୋଟି କୋଟି ଟଙ୍କା ହୋଇଥାଏ। ତାଙ୍କ ପାଖରେ ୬ କୋଟିରୁ ଅଧିକ ମୂଲ୍ୟର ରୋଲ୍ସ ରଏସ୍ ସମେତ ବିଳାସପୂର୍ଣ୍ଣ କାର୍ ମଧ୍ୟ ରହିଛି। ତାଙ୍କ ପାଖରେ ଲାମ୍ବୋର୍ଗିନୀ ହାର୍କାନ୍ ଏବଂ ରେଞ୍ଜ ରୋଭର ଭୋଗ୍ ଭଳି ଟପ୍ କ୍ଲାସ୍ ଗାଡ଼ି ରହିଛି, ଯାହାର ମୂଲ୍ୟ ଯଥାକ୍ରମେ ୩.୫ କୋଟି ଟଙ୍କା ଏବଂ ୪ କୋଟି ଟଙ୍କା। ହାର୍ଦ୍ଦିକଙ୍କ କଠିନ ପରିଶ୍ରମର ଫଳ ମିଳିଛି ବୋଲି ଏହି ବିଳାସପୂର୍ଣ୍ଣ ଜୀବନଶୈଳୀ ପ୍ରମାଣ କରୁଛି।