ଚଳିତ FIH ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ରେ ଆଜି ଖେଳା ଯାଇଥିବା ପଞ୍ଚମ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ଚିଲିକୁ ୩-୧ ଗୋଲରେ ପରାସ୍ତ କରିଛି । ପ୍ରଥମ ଥର ପାଇଁ ଚିଲି ହକି ବିଶ୍ୱକପ୍ରେ ଭାଗ ନେଇଛି। ସେଥିପାଇଁ ଆଜିର ମ୍ୟାଚ୍ରେ ପ୍ରଥମରୁ ନ୍ୟୁଜିଲ୍ୟାଣ୍ଡ ଟିମ୍ ଏହା ଉପରେ ଚାପ ପକାଇବାକୁ ପ୍ରୟାସ କରିଥିଲା। ତେବେ ଖେଳର ଅନେକ ସମୟରେ ନ୍ୟୁଜିଲ୍ୟାଣ୍ଡ ଗୋଲ୍ କରିବାକୁ ପାଇଥିବା ସୁଯୋଗ ଗୁଡ଼ିକୁ ଚିଲିର ଖେଳାଳିମାନେ ବାଧା ଦେବାରେ ସଫଳ ହୋଇଥିଲେ । ପ୍ରଥମ କ୍ୱାର୍ଟରରେ ନ୍ୟୁଜିଲ୍ୟାଣ୍ଡ ଦୁଇଟି ଗୋଲ୍ ଦେଇଥିଲା ହେଲେ ଚିଲି ଗୋଟିଏ ପେନାଲ୍ଟି କର୍ଣ୍ଣର ପାଇଥିଲା। କିନ୍ତୁ ଏହାକୁ ଗୋଲ୍ରେ ପରିଣତ କରି ପାରି ନଥିଲା। ସେହିପରି ନ୍ୟୁଜିଲ୍ୟାଣ୍ଡକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିବା ବେଳେ ଚିଲ୍ ଏହାକୁ ଗୋଲ୍ରେ ପରିଣତ କରିବାକୁ ଦେଇ ନଥିଲା।