ବାଲାଂଦେଶ ଫୁଟବଲ ପ୍ରଶିକ୍ଷଣ ଶିବିରରୁ ୧୮ କରୋନା ପଜିଟିଭ
Khabar Odisha:18-players-COVID-19-positive-from-Balandesh-football-training-camp
ନୂଆଦିଲ୍ଲୀ, ଅଗଷ୍ଟ ୦୮ (ଖବର ଓଡ଼ିଶା):

ବାଂଲାଦେଶର ଏକ ଫୁଟବଲ ପ୍ରଶିକ୍ଷଣ ଶିବିରରୁ ସହକାରୀ ପ୍ରଶିକ୍ଷକଙ୍କ ସହ ୧୮ ଜଣ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଗାମୀ ୨୦୨୨ ଫୁଟବଲ ବିଶ୍ୱକପ ଏବଂ ୨୦୨୩ ଏସୀୟ କପ୍ ଯୋଗ୍ୟତା ପର୍ଯ୍ୟାୟ ପ୍ରସ୍ତୁତି ପାଇଁ ଏହି ଶିବିର ଗାଜିପୁର ଠାରେ ଆୟୋଜିତ ହୋଇଥିଲା ଏବଂ ଏଥିରେ ୩୬ ଜଣ ଖେଳାଳି ଭାଗ ନେଇଥିଲେ । କ୍ୟାମ୍ପ ଆରମ୍ଭ ହେବା ପୂର୍ବରୁ କେହି କରୋନାରେ ଆକ୍ରାନ୍ତ ହୋଇନଥିଲେ ମାତ୍ର ଧୀରେ ଧୀରେ ସଂକ୍ରମିତଙ୍କ ସଂଖ୍ୟା ବଢିବାକୁ ଲାଗିଥିଲା ।

ଜାତୀୟ ଫେଡେରେଶନ ପକ୍ଷରୁ ପ୍ରଥମ ରାଉଣ୍ଡରେ ୨୪ ଖେଳାଳିଙ୍କୁ ଢାକାରେ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷା ପରେ ବୁଧବାର ଦିନ ଚାରିଜଣ, ଗୁରୁବାର ଏବଂ ଶୁକ୍ରବାର ଦିନ ସାତ ଜଣ ଲେଖାଁଏ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କୁ ଅଲଗା ସ୍ଥାନରେ ରଖାଯାଇଛି ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି ।

ବାଂଲାଦେଶ ଗଣମାଧ୍ୟମ ରିପୋର୍ଟ କରିଛି ଯେ କିଛି ଖେଳାଳି ଚିନ୍ତିତ ଥିଲେ କିନ୍ତୁ କୋଚ୍ ଜାମି ଡେ ସେମାନଙ୍କୁ ବୁଝାଇବା ସହ ସେମାନେ ସୁସ୍ଥ ହୋଇଯିବେ ଏବଂ ସେମାନଙ୍କ ପାଖରେ ପ୍ରସ୍ତୁତି କରିବା ପାଇଁ ବହୁତ ସମୟ ଅଛି ବୋଲି କହିଛନ୍ତି । 

ବାଂଲାଦେଶର ପ୍ରଥମ ଯୋଗ୍ୟତା ପ୍ରର୍ଯ୍ୟାୟ ମୁକାବିଲା ଅକ୍ଟୋବର ୮ ରେ ସିଲେଟରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବ ।

  • Tags:

Subscribe

National International State Sports Entertainment