ନଭେମ୍ବରରେ କିଛି ଲୋକ ଦୀପାବଳିକୁ ନେଇ ଉତ୍ସାହିତ ଥିବାବେଳେ ଅନେକ ଲୋକ ଦୀପାବଳି ଛୁଟି ସମୟରେ କୌଣସି ସ୍ଥାନକୁ ଯିବାକୁ ଯୋଜନା କରିଥାନ୍ତି । ଅବଶ୍ୟ, ନଭେମ୍ବର ଭ୍ରମଣ କରିବା ପାଇଁ ସର୍ବୋତ୍ତମ ମାସ । ନଭେମ୍ବର ମାସରୁ ଦେଶରେ ଶୀତ ହେଉଥାଏ । ଏପରି ପରିସ୍ଥିତିରେ, ଥଣ୍ଡା ଥଣ୍ଡା ଶୀତରେ ବୁଲିବାର ମଜା ମଧ୍ୟ ଦ୍ୱିଗୁଣିତ ହୁଏ । ନଭେମ୍ବରରେ ବୁଲିବା ପାଇଁ କେତେକ ଭଲ ଭଲ ସ୍ଥାନ ବିଷୟରେ ଆମେ ଆପଣଙ୍କୁ ଜଣେଇବୁ, ଯେଉଁଠାରେ ଆପଣ ଏକ ଯାତ୍ରା ଯୋଜନା କରି ପାଗକୁ ସମ୍ପୂର୍ଣ୍ଣ ଉପଭୋଗ କରିପାରିବେ ।
ପୁଷ୍କର:- ରାଜସ୍ଥାନକୁ ବୁଲିବା ପାଇଁ ଶୀତ ଋତୁ ମଧ୍ୟ ସର୍ବୋତ୍ତମ ଋତୁ ଭାବରେ ବିବେଚନା କରାଯାଏ । ଏଭଳି ସମୟରେ ଆପଣ ନଭେମ୍ବର ମାସରେ ରାଜସ୍ଥାନର ପୁଷ୍କର ବୁଲିପାରିବେ । ନଭେମ୍ବରରେ ଏଠାରେ ଆଠ ଦିନିଆ ମେଳା ଆୟୋଜିତ ହୁଏ, ଯାହାକୁ ଦେଖିବାକୁ ଦେଶ ତଥା ଦେଶ ବାହାରୁ ଲୋକମାନେ ଆସିଥାନ୍ତି ।
ଗୋଆ:- ନଭେମ୍ବରରେ ସମୁଦ୍ରକୂଳ ପରିଦର୍ଶନ କରିବାକୁ ଆପଣ ଗୋଆକୁ ଯାଇପାରିବେ । ଗ୍ରୀଷ୍ମ ଋତୁରେ ଗୋଆର ଖରା ଦେହକୁ କଷ୍ଟ ଦେଉଥିବାବେଳେ ନଭେମ୍ବରରେ ଗୋଆର ସମୁଦ୍ର କୂଳରେ ଆପଣ ବହୁତ ମଜା କରିପାରିବେ । ଏହା ବ୍ୟତୀତ ଆପଣ ଏଠାରେ ପର୍ତ୍ତୁଗୀଜ୍ ଦୁର୍ଗ ଏବଂ ସୁନ୍ଦର ଅଟ୍ଟାଳିକା ମଧ୍ୟ ଦେଖିପାରିବେ ।
ଅଧିକ ପଢନ୍ତୁ: ଆସିଯାଇଛି ପାର୍ବଣର ଋତୁ
ଅମୃତସର:- ପଞ୍ଜାବର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଅମୃତସର ବିଶ୍ୱ ପ୍ରସିଦ୍ଧ । ନଭେମ୍ବରରେ ଅମୃତସର ବୁଲିବାର ମଜା ହିଁ ନିଆରା । ଏହି ସମୟ ମଧ୍ୟରେ, ଆପଣ ଏଠାରେ ଅନେକ ଐତିହାସିକ ଭବନକୁ ମନଭରି ଉପଭୋଗ କରିପାରିବେ । ସପିଂ ସହିତ ଅମୃତସର ବଜାରକୁ ଯାଇ ଆପଣ ପଞ୍ଜାବର ସୁସ୍ବାଦୁ ଖାଦ୍ୟର ସ୍ୱାଦ ମଧ୍ୟ ପାଇପାରିବେ ।
ମନାଲି:- ନଭେମ୍ବର ହେଉଛି ମନାଲି ପରିଦର୍ଶନ କରିବା ପାଇଁ ସବୁଠାରୁ ଭଲ ସମୟ , ଯାହା ଦେଶର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ଅଟେ । ପ୍ରବଳ ଗରମରୁ ମୁକ୍ତି ପାଇବାକୁ ଏବଂ ଶୀତଦିନେ ତୁଷାରପାତକୁ ଉପଭୋଗ କରିବାକୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ମନାଲି ଯାଇଥାନ୍ତି । କିନ୍ତୁ ନଭେମ୍ବର ମାସରେ ମନାଲିରେ ଭିଡ଼ କମ୍ ଥାଏ । ଯେଉଁଥିପାଇଁ ଆପଣ ଧଳାଧାର ରେଞ୍ଜ ଠାରୁ ପିର ପଞ୍ଜଲ ରେଞ୍ଜ, ସୋଲାଙ୍ଗ ଉପତ୍ୟକା ପର୍ଯ୍ୟନ୍ତ ଅନେକ ସୁନ୍ଦର ଦୃଶ୍ୟ ଦେଖିପାରିବେ ।