ବଢିବ ଓଡ୍ରାଫ୍‌ର ସମର୍ଥ୍ୟ, ମିଳିଲା ଅତ୍ୟାଧୁନିକ ଯନ୍ତ୍ରିକ ଉପକରଣ
Khabar Odisha:odraf-raises-its-capacity-with-adding-hi-tech-equipments

କଟକ,୧୧ଏପ୍ରିଲ(ଖବର ଓଡିଶା); ରଜ୍ୟରେ ବନ୍ୟା, ବାତ୍ୟା କି କୌଣଷି ଜରୁରୀ କାଳିନ ସମସ୍ୟ ଉପୁଜିଲେ ସେ ସବୁର ମୁକାବିଲା କରିବା ପାଇଁ ମନେ ପଡେ ଓଡ୍ରାଫ୍ ଟିମ କଥା । ୨୦୦୧ ମସିହାରେ ଗଢି ଉଠିଥିବା ଓଡ୍ରାଫ ହେଉଛି ଦେଶର ପ୍ରଥମ ଏକ ଟିମ ଯାହା ସମ୍ପୂର୍ଣ୍ଣ ଆପତିକାଳିନ ସମସ୍ୟା ପାଇଁ ଉତ୍ସର୍ଗକୃତ । ତେବେ ଏହି ଧାରାକୁ ଅନୁଶରଣ କରି ବିଭିନ୍ନ ରାଜ୍ୟ ନିଜର ଆପତିକାଳିନ ଦଳ ଗଠନ କରିଥିବା ବେଳେ ସମଗ୍ର ଦେଶରେ ଜରୁରୀ କାଳିନ ସମସ୍ୟାର ମୁକାବିଲା କରିବା ଲାଗି କେନ୍ଦ୍ର ସରକାରଙ୍କ ତରଫରୁ ଗଠନ କରାଯାଇଥିଲା ଏନ୍‌ଡିଆର୍‌ଏଫ୍ ଯାହାକୁ ପ୍ରଥମରୁ ହିଁ ମିଳିଥିଲା ଅତ୍ୟାଧୁନିକ ଯନ୍ତ୍ରିକ ଉପକରଣ ଯାହା ଉଦ୍ଧାର କାର୍ଯ୍ୟରେ ବହୁ କାର୍ଯ୍ୟ ସହଜ ହୋଇପାରୁଥିଲା ।

ତେବେ ଓଡ୍ରାଫ୍ ଗଠନ ହେବାର ୨୦ ବର୍ଷ ପରେ ଏହାକୁ ମିଳିଛି ଦୁଇଟି ଅତ୍ୟାଧୁନିକ ଯନ୍ତ୍ରିକ ଉପକରଣ । ଏହି ଉପକରଣ ସାହାଯ୍ୟରେ ଉଦ୍ଧାର କାରି ଦଳ କୌଣଷି ଯାଗରେ ମାଟି ତେଳେ ବା ଭୁଷୁଡି ପଡିଥିବା ଘର ଭିତରେ କେଉଁ ସ୍ଥାନରେ ଅଛନ୍ତି ଓ ବ୍ୟକ୍ତି ଜଣକ କିପରି ଅବସ୍ଥାରେ ଅଛନ୍ତି ତାହା ମଧ୍ୟ ଏହି ଉପକରଣ ସାହାଯ୍ୟରେ ଜଣା ପଡିଯିବ । ତେବେ ଏହି ସବୁ ଉପକରଣ ଏନ୍‌ଡିଅର୍‌ଏଫ୍ ବ୍ୟବହାର କରୁଥିବା ବେଳେ ଏହାକୁ ଏବେ ଉଡ୍ରାଫକୁ ମିଳିଛି ।

ସେହିପରି ରାସାୟନିକ, ଜୈବିକ ଓ ଆଣବିକ ପଦାର୍ଥ ନିରୋଧି କିଟ୍ ମଧ୍ୟ ମିଳିଛି ଓଡ୍ରାଫ୍‌କୁ । ଏହା ସହିତ ଆପତିକାଳିନ ସମୟରେ ଅପହଂଚ ଅଂଚଳରେ ଯୋଗାଯୋଗ କରିବା ଲାଗି ତୁରନ୍ତ ମୁତୟନ ହୋଇପାରୁଥିବା ଆଣ୍ଟିନା ମଧ୍ୟ ଓଡ୍ରାଫ୍‌କୁ ମିଳିଛି ଯାହାକୁ ପୁର୍ବରୁ ଅପରେଶନ ସମୟରେ ପାରାମିଲିଟାରି ମାନେ ବ୍ୟବହାର କରିଥାନ୍ତି । ତେବେ ଜଳ ଓ ସ୍ଥାଳରେ ଯୋଗାଯୋଗ ସହଜ କରିବା ପାଇଁ ଦୁଇ ଚକିଆ ଓ ଚାରିଚକିଆ ପିକ୍‌ଅପ ଭ୍ୟାନ୍ ସହିତ ହାଇସ୍ପିଡ ବୋଟ ମଧ୍ୟ ଉପଲବ୍ଧ କରାଯାଇଛି । ଆଗକୁ ଓଡ୍ରାଫରେ ଆଧୁନିକରଣ ଉପରେ ଆହୁରି ପଦେକ୍ଷପ ନିଆଯିବ ବୋଲି ସ୍ପେଶାଲ ରିଲିଫ୍ କମିଶନର ଓ ରାଜ୍ୟ ଆପତିକାଳିନ ବିଭାଗର ଅଧିକାରି କହିଛନ୍ତି ।

ତେବେ ବର୍ତମାନ ସୁଦ୍ଧା ୨୦ଟି ଦଳ ଥିବା ବେଳେ ପ୍ରତ୍ୟେକ ଦଳକୁ ଦୁଇ ଚକିଆ ଯାନ ସହିତ ଚାରିଚକିଆ (ପିକଅପ ଭ୍ୟନ୍‌) ମଧ୍ୟ ମିଳିଛି ।

  • Tags:

Subscribe

National International State Sports Entertainment