ପ୍ରେରଣା ପାଲଟିଲେ ସନ୍ଦୀପ କୁମାର, ଘରଘର ବୁଲି ବହି ସଂଗ୍ରହ କରି ଗରୀବ ପିଲାଙ୍କୁ ପଢାଉଛନ୍ତି ପାଠ
Khabar Odisha:national-odisha-punjabi-man-goes-door-to-door-to-collect-used-books-stationery-repurposes-it-for-poor-kids
ଚଣ୍ଡୀଗଡ, ଅଗଷ୍ଟ ୦୧ (ଖବର ଓଡିଶା) :

 ଆମେ ପ୍ରାୟତଃ ଦାମୀଦାମୀ ପୁସ୍ତକ, ଡାଏରୀ ଓ ରଙ୍ଗବେରଙ୍ଗର କଲମ କିଣି ଥାଉ । କିନ୍ତୁ ଏସବୁକୁ ବ୍ୟବହାର ନକରି ସମୟ ଅଭାବରେ ଘରର କୌଣସୀ କୋଣରେ ଧୂଳି ଲାଗି ପଡିଥାଏ । କିନ୍ତୁ କଣ ଆପଣ କେବେ ଭାବିଛନ୍ତି ଆମ ସମାଜରେ ହଜାର ହଜାର ଗରୀବ ଶିଶୁ ଅଛନ୍ତି । ଯେଉଁମାନଙ୍କ ଭାଗ୍ୟରେ ସାଧାରଣ ପେନସିଲଟେ ବି ଜୁଟୁନି । ତେବେ ଏହି ସବୁ ଚିନ୍ତା କରି ଚଣ୍ଡୀଗଡର ଜଣେ ଯୁବକ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ସେ ମାଇଲ ମାଇଲ ଯାଇ ଲୋକମାନଙ୍କ ମଧ୍ୟରେ ମିଶି ସେମାନଙ୍କ ଠାରୁ ଶିକ୍ଷା ସମ୍ବନ୍ଧୀୟ ଉପକରଣ ଏକାଠି କରୁଛନ୍ତି ଏବଂ ସେଗୁଡିକୁ ଗରୀବ ପିଲାମାନଙ୍କ ମାଧ୍ୟରେ ବାଣ୍ଟି ଦେଉଛନ୍ତି । 

ଦୀର୍ଘ ଦୁଇ ବର୍ଷ ଧରି ସନ୍ଦୀପ କୁମାର ଦ୍ୱାରରୁ ଦ୍ୱାର ବୁଲି ବହି, ଖାତା, ପେନ, ପେନସିଲ ଏକାଠି କରୁଛନ୍ତି । ସେ ଓପୋନ ଆଇଜ୍ ଫାଉଣ୍ଡେସନ ନାମକ ଏକ ଏନଜିଓ ମଧ୍ୟମରେ ‘ରଦି ସେ ଶିକ୍ଷା’ ଅଭିଯାନ ଚଳାଇଛନ୍ତି । ଏନେଇ କୁମାର କହିଛନ୍ତି କି, ବହୁ ଗରୀବ ଛାତ୍ରଛାତ୍ରୀଙ୍କ ନିକଟରେ ଜ୍ଞାନ ରହିଛି କିନ୍ତୁ ସେମାନଙ୍କ ନିକଟରେ ପଢିବା ପାଇଁ ଖାତା ବହି ନାହିଁ । ସେମାନଙ୍କର ପରିବାର ଗରୀବ ସୀମାରେଖା ତଳେ ଗତି କରୁଛି । ସେମାନଙ୍କ ନିକଟରେ ଖାଇବାକୁ ଦୁଇମୁଠା ଖାଦ୍ୟ ମିଳୁନି । ତେଣୁ ସେମାନେ ପାଠ ପଢିବାକୁ ଟଙ୍କା କେଉଁଠୁ ଆଣିବେ ।  

ତେବେ ଏହି ସ୍ରୋତରେ ତାଙ୍କ ସହ ୨୦୦ ସ୍ୱେଚ୍ଛାସେବୀ ଯୋଡି ହୋଇଛନ୍ତି । ସେମାନେ ପ୍ରତିଦିନ ବହି, ଖାତା ଓ ବିଭିନ୍ନ ଦରକାରୀ ଜିନିଷ ସଂଗ୍ରହ କରୁଛନ୍ତି । ସମାଜର କଲ୍ୟାଣ ଉଦ୍ଦେଶ୍ୟରେ କାମ କରୁଥିବା ସନ୍ଦୀପଙ୍କ ଭଳି କେତେକ ସ୍ୱେଚ୍ଛାସେବୀ ଯୁବକଙ୍କ ଦ୍ୱାରା ହିଁ ଆଜିର ସମାଜ ପରିବର୍ତ୍ତନ ହୋଇ ପାରିବ । 

Subscribe

National International State Sports Entertainment