“ବୃକ୍ଷ ପୁରୁଷ” ୧୨ ବର୍ଷରେ କଲେ ୪୦ହଜାର ବୃକ୍ଷରୋପଣ, ସୃଷ୍ଟି କଲେ ଜଙ୍ଗଲ
Khabar Odisha:national-odisha-know-all-about-tree-man-of-chitrakoot-uttar-pradesh
ୟୁପି, ଜୁଲାଇ ୨୮ (ଖବର ଓଡିଶା) :

ପରିବେଶରେ ଏବେ ସବୁଜିମା କ୍ଷୟ ହେବାକୁ ବସିଛି । ଏହାଦ୍ୱାରା ଆମକୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡୁଛି । ଯାହା ଫଳରେ ପୃଥିବୀ ଏବେ ଧ୍ୱଂସ ହେବା ଆଡକୁ ଆଗ୍ରସର ହେଉଛି । ଏଭଳି ସମୟରେ ଆମକୁ ବୃକ୍ଷରୋପଣ କରି ପରିବେଶ କ୍ଷୟକୁ ରୋକିବାକୁ ପଡିବ । ତେବେ ଚିତ୍ରକୂଟର ଭରତପୁର ଗ୍ରାମରେ ରହୁଥିବା ଜଣେ ୫୫ ବର୍ଷୀୟ ବାବା ଭୈୟାରାମ ଯାଦବ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି । 

ଏବେ ଲୋକଙ୍କ ଗହଣରେ ବୃକ୍ଷ ପୁରୁଷ ଭାବରେ ପରିଚିତ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହାକି ଯେ, ୧୪ ବର୍ଷ ପୂର୍ବେ ତାଙ୍କୁ ସମସ୍ତେ ପାଗଳ କହି ଡାକୁଥିଲେ । ୨୦୦୧ରେ ଭୈୟାରାମଙ୍କ ପତ୍ନୀ ସନ୍ତାନ ପ୍ରସବ ସମୟରେ ପ୍ରାଣତ୍ୟାଗ କରିଥିଲେ । ଏହାର ଠିକ୍ ୭ ବର୍ଷ ପରେ ତାଙ୍କର ପୁଅ ଚିକିତ୍ସା ଅଭାବରେ ମୃତ୍ୟୁବରଣ କରିଥିଲା । ପତ୍ନୀ ଏବଂ ପୁତ୍ରର ବିୟୋଗରେ ବାବା ଭୈୟାରାମ ୨୦୦୭ରେ ଚିତ୍ରକୂଟରେ ପାଗଳପ୍ରାୟ ହୋଇ ବୁଲୁଥିଲେ । ସେହି ସମୟରେ ବନ ବିଭାଗର ଏକ ବୃକ୍ଷ ୧୦୦ ପୁତ୍ର ସ୍ଲୋଗାନ ଉପରେ ତାଙ୍କର ନଜର ପଡିଲା । ଏହାପରେ ସେ ନିଜ ଗ୍ରାମକୁ ଫେରି ଆସିଥିଲେ । 

ସେ ଗାଁ ବାହାରେ ଏକ କୁଡିଆ ତିଆରି କରି ଗାଁର ୩ କିମି ଦୂରରେ ଥିବା ଜଙ୍ଗଲରେ ପାଣି ନେଇ ବୃକ୍ଷରୋପଣ କରିଥିଲେ । ଲୋକଙ୍କୁ ଲାଗିଥିଲା କି ସେ ପାଗଳ ହୋଇଯାଇଛନ୍ତି । କିନ୍ତୁ ଯେବେ ଛୋଟ ଚାରା ବୃକ୍ଷରେ ପରିଣତ ହେଲା ସେହି ସମୟରେ ଅନ୍ୟ ଲୋକମାନେ ତାଙ୍କର ସାହାଯ୍ୟ କଲେ । 

ବାବା କୁହନ୍ତି କି, ଆରମ୍ଭରେ ମୁଁ ୪୦ ବୃକ୍ଷରୋପଣ କରିଥିଲି । କିନ୍ତୁ ଧୀରେଧୀରେ ଏହି ସଂଖ୍ୟା ବୃଦ୍ଧି ହୋଇ ୪୦ ହଜାରରେ ପହଁଚିଛି । ମୁଁ ଭାବି ନେଇଥିଲି କି, ବିଧାତା ମୋର ଏକ ପୁତ୍ର ଛଡେଇ ନେଇଛି କିନ୍ତୁ ମୁଁ ଲକ୍ଷଲକ୍ଷ ପୁତ୍ରଙ୍କ ପିତା ହେବି । ବାବାଙ୍କ ତପସ୍ୟାରେ ଏବେ ୫୦ ହେକ୍ଟର ଜମି ସବୁଜିମାରେ ପରିଣତ ହୋଇ ପାରିଛି । କଠିନ ପରିଶ୍ରମ କରି ସେ ଅନୁପେଯାଗୀ ଭୂମିକୁ ବିଶାଳ ଜଙ୍ଗଲରେ ପରିଣତ କରିଛନ୍ତି । ବାବାଙ୍କ ଚେଷ୍ଟା ଦେଖି ବନ ବିଭାଗ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛି । ତେବେ ତାଙ୍କର ୪୦ ଲକ୍ଷ୍ୟ ବୃକ୍ଷରୋପଣ କରିବାକୁ ଉଦ୍ଦେଶ୍ୟ ରହିଛି । 

Subscribe

National International State Sports Entertainment