ନିକଟରେ ନୋକିଆର ସ୍ମାର୍ଟଫୋନ୍ ଏବଂ ଫିଚର ଫୋନ୍ ନିର୍ମାଣ କରୁଥିବା କମ୍ପାନୀ ଏଚଏମଡି (HMD) ଗ୍ଲୋବାଲ୍ ଏକ ବଡ ଘୋଷଣା କରିଛି । ଏଚଏମଡି ଗ୍ଲୋବାଲ୍ ଏବେ ନିଜ ଓରିଜିନାଲ୍ ବ୍ରାଣ୍ଡ୍ ଅର୍ଥାତ୍ ଏଚଏମଡିର ବ୍ରାଣ୍ଡ ବିଶିଷ୍ଟ ସ୍ମାର୍ଟଫୋନ୍ ଲଞ୍ଚ୍ କରିବ । ତେବେ ଏଚଏମଡି ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରୁ ନୋକିଆ ବ୍ରାଣ୍ଡ୍ ରିମୁଭ କରିଦେଇଛି । ଏହା ସହିତ ନୋକିଆ।.କମ୍/ ଫୋନ୍ URL ବର୍ତ୍ତମାନ ବ୍ୟବହାରକାରୀଙ୍କୁ HMD ଗ୍ଲୋବାଲ୍ ୱେବସାଇଟ୍ ବ୍ୟବହାର କରିବାକୁ କହିଛି।
ସୂଚନା ଅନୁଯାୟୀ, ନିର୍ମାତା ଖୁବ୍ ଶୀଘ୍ର ନିଜ ନୂଆ ସ୍ମାର୍ଟଫୋନ୍ ଲଞ୍ଚ୍ କରିବ ଏବଂ ଏଚଏମଡି ବ୍ରାଣ୍ଡିଂ ସହିତ ଆସିବ । ଖୁବ୍ ଶୀଘ୍ର ହେବାକୁ ଥିବା ମୋବାଇଲ ଓ୍ବର୍ଲ୍ଡ କଂଗ୍ରେସ(MWC 2024)ରେ ଏହି ସ୍ମାର୍ଟଫୋନ୍ ଲଞ୍ଚ୍ ହୋଇପାରେ । ବ୍ରାଣ୍ଡର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଥିବା ଆକାଉଣ୍ଟରେ ଏବେ Nokia.com ନୁହେଁ ବରଂ HMD.com ନଜର ଆସିବ। ଏହି ପରିପ୍ରେକ୍ଷୀରେ କମ୍ପାନୀ ସ୍ପଷ୍ଟ କହିଛି କି ସେ ନୋକିଆ ଫୋନ୍ ମଧ୍ୟ ପ୍ରସ୍ତୁତ କରିବ । ଏହା ସହିତ ନୂଆ ବ୍ରାଣ୍ଡ୍ ସହିତ କୋଲାବୋରେସନରେ ମଧ୍ୟ ଡିଭାଇସ୍ ଲଞ୍ଚ୍ କରିବ । କମ୍ପାନୀର ନୂଆ ଓ୍ବେବସାଇଟ୍ HMD.com ରେ ନୋକିଆର ଫୋନ୍ ଉପଲବ୍ଧ ହେବ।
ଏଚଏମଡିର କହିବାନୁସାରେ ସେ ଓରିଜିନାଲ୍ ଏଚଏମଡି ବ୍ରାଣ୍ଡକୁ ସ୍ଥାପନ କରିବା ଉପରେ ମଧ୍ୟ ଫୋକସ୍ କରିବ । କମ୍ପାନୀ ଜଣାଇଛି କି ସେମାନେ ଅଧିକ ଫୋନ୍ ଆଣିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଯେଉଁଥିରେ ପ୍ରକୃତ ଏଚଏମଡି ଡିଭାଇସ୍ ଏବଂ ସମସ୍ତ ନୂଆ ପାର୍ଟନରସିପରେ ଫୋନ୍ ମଧ୍ୟ ସାମିଲ ହେବ।
ଅଧିକ ପଢନ୍ତୁ : କେନିଆରେ ଗ୍ୟାସ ବିସ୍ଫୋରଣ: ୨ ମୃତ, ୧୬୭ ଆହତ