ଉତ୍ତରପ୍ରଦେଶ, ଜୁନ ୧୩ (ଖବର ଓଡ଼ିଶା):
ଉତ୍ତରପ୍ରଦେଶର ଝାନସିର ଏକ ପାର୍କରୁ ଏଭଳି ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଲୋକମାନଙ୍କ ପାଇଁ ପାର୍କରେ ବ୍ୟାୟାମ କରିବାକୁ ଥିବା ବ୍ୟାୟାମ ମେସିନଟି ମନକୁ ମନ ଉପର ତଳ ହେଉଥିବା ଦେଖିବାକୁ ମିଳିଛି | ତେବେ ଆଶ୍ଚର୍ଯ୍ୟକର କଥା ଏଥିରେ କେହି ବସି ନାହାଁନ୍ତି । ଭାଇରାଲ ହେଉଥିବା ଭିଡିଓଟିରେ ଦେଖାଯାଉଛି ଯେ ଯେପରି ମେସିନ ଉପରେ ବସି କେହି ବ୍ୟାୟାମ କରୁଛନ୍ତି | ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି ଏବଂ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି |
ମେସିନ୍ ଟି ଏଭଳି ମନକୁ ଉପର ତଳ ହେବା ପରେ ସ୍ଥାନୀୟ ଲୋକମାନେ ପୋଲିସକୁ ଡାକିଥିଲେ ଏବଂ ପୋଲିସ ପହଞ୍ଚିବା ପରେ ମଧ୍ୟ ମେସିନଟି ଚାଲୁଥିଲା । ଭିଡିଓରେ ଉପସ୍ଥିତ ଥିବା କିଛି ପୋଲିସ ମଧ୍ୟ ଭିଡିଓ ତିଆରି କରୁଥିବା ଦେଖିବାକୁ ମିଳିଛି ।
ଭିଡିଓ ଭାଇରାଲ ହେବା ପରେ କିଛି ଲୋକ ଏହାକୁ ଅନ୍ଧବିଶ୍ୱାସ ସହିତ ଜଡିତ କରିବା ସହ, ଭୂତର ଛାଇ ଥିବା ନେଇ କହିଥିଲେ ଏବଂ ପାର୍କରେ ଏକ ଆତ୍ମାର ଉପସ୍ଥିତ ଥିବା କହିବା ଆରମ୍ଭ କକିଛନ୍ତି | ଏଥି ସହିତ କିଛି ଲୋକ ଏହାକୁ ଅଲୌକିକ ଶକ୍ତି ସହିତ ଜଡିତ ବୋଲି ମଧ୍ୟ ଦାବି କରିଛନ୍ତି ।