ନୂଆ ବର୍ଷରେ ଆସେ ପର୍ଯ୍ୟଟନ ଋତୁ । ପର୍ଯ୍ୟଟନ ଋତୁ ଆସିଲେ ପର୍ଯ୍ୟଟନ ସ୍ଥଳୀରେ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ସୁଅ ଛୁଟେ । ସେହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ । ଗଜପତି ଜିଲ୍ଲାରେ ଥିବା ବିଭିନ୍ନ ପର୍ଯଟନ ସ୍ଥଳ ମଧ୍ୟରୁ ଖସଡ଼ା ଜଳପ୍ରପାତ ହେଉଛି ଅନ୍ୟତମ । ବଣ ଜଙ୍ଗଲ ପାହାଡ଼ ମଧ୍ୟରେ ରହିଛି ଏହି ଜଳ ପ୍ରପାତ। ଝରଣାର କୁଳୁ କୁଳୁ ଶବ୍ଦ ସହିତ ଏଠାରେ ଭରି ରହିଛି ଅସୀମ ଶାନ୍ତି ଯାହା ସମସ୍ତଙ୍କୁ ଆକର୍ଷିତ କରିଛି । ଏହା ଗଜପତି ଜିଲ୍ଲା ମୋହନା ବ୍ଲକ ଓଡ଼ିଶାର ଦ୍ୱତୀୟ ବୃହତ୍ତମ ବ୍ଲକରେ ଅବସ୍ଥିତ ।ଏଠାକାର ପ୍ରାକୃତିକ ଦୃଶ୍ୟ ଅତି ମନୋହରା । ପ୍ରତ୍ୟକ ସ୍ଥାନ ସବୁଜ ଜଙ୍ଗଲ,ଗଛ,ଝରଣାର ସୌନ୍ଦର୍ଯ୍ୟରେ ଭରପୁର ହୋଇ ରହିଛି ।
ଏହାସହ ଏହାକୁ ଆହୁରି ଆକର୍ଷିତ କରୁଛି ଖସଡ଼ା ଜଳ ପ୍ରପାତ । ଏହି ସ୍ଥାନ ଗୁଡିକରେ ପର୍ଯ୍ୟଟନ ଋତୁ ସମୟରେ ଓଡ଼ିଶା ତଥା ବାହାର ରାଜ୍ୟରୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ଏଠାରେ ଲୋକ ବୁଲିବା ସହ ବହୁ ମଜା ମସ୍ତି କରିଥାନ୍ତି । ସମସ୍ତଙ୍କର ମନ ମୋହୁଥିବା ଝରଣାର ପାଣିରେ ଲୋକ ଗାଧୋଇବାର ମଜା ନେଉଥିବା ବେଳେ ଅନ୍ୟ କିଛି ଲୋକେ ବଣଭୋଜିର ମଜା ମଧ୍ୟ ନେଉଛନ୍ତି । ସମସ୍ତଙ୍କୁ ଏଠାରେ ଆସି ପରିବାର ସହ ଖାଇବା ସହ ନାଚ ଗୀତର ମଜା ନେବାର ଦେଖିବାକୁ ମିଳିଛି। ଏହାସହ ସେଠାରେ ଛୋଟ ପିଲାଙ୍କ ପାଇଁ ଗେମର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ସବୁକିଛି ଭଲ ଭିତରେ କିଛି ଖରାପ ତ ରହିଯାଏ । ତାହା ହେଉଛି ସରକାରଙ୍କ ତରଫରୁ କିଛି ଉନ୍ନତି ନ ହେବା କଥା କହିଛନ୍ତି ପର୍ଯ୍ୟଟକ। ପ୍ରାକୃତିକ ସୁନ୍ଦରତରେ ଭରା ଏହି ଜଳପ୍ରପାତରେ ଯେଉଁଠି ଦେଖ ସେଠାରେ କେବଳ ଅଳିଆ ଆବର୍ଜ୍ଜନା ସହ ମଦ ବୋତଲ ପଢି ରହି ଥିବାର ଦେଖିବାକୁ ମିଳିଛି । ଜିବା ଆସିବା ପାଇଁ ରାସ୍ତା ଠିକ୍ ନଥିବା ବେଳେ ଗାଡ଼ି ରଖିବା ପାଇଁଁ ମଧ୍ୟ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ । ଏହାସହ ଲୋ ଙ୍କ ପାଇଁ ସୁଲଭ ଶୈଚାଳୟ ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ। ଏହାକୁ ନେଇ ପର୍ଯ୍ୟଟକ ମାନେ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଏଥିପ୍ରତି ସରକାର ଏବଂ ଜିଲ୍ଲା ପ୍ରଶାସନ ଧ୍ୟାନ ଦେଲ ଭଲ ହେବ ବୋଲି କହିଛନ୍ତି ।