ଆଜି ହେଉଛି କାର୍ତ୍ତିକ ମାସର ଚତୁର୍ଥ ବା ଶେଷ ସୋମବାର । ପ୍ରଥା ରହିଛି ଏହି ଦିନ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂର୍ଣ୍ଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ । ଏଥି ପାଇଁ ଚଳଚଞ୍ଚଳ ଶୈବପୀଠ । ଏହି ଅବସରରେ ଶୈବପୀଠରେ ଶ୍ରଦ୍ଧାଳୁଙ୍କର ଭିଡ଼ ଦେଖିବାକୁ ମିଳିଛି । ଆଜିର ଦିନରେ ସକାଳୁ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କଲେ ଧବଳେଶ୍ୱର ମହାଦେବ । ଭକ୍ତମାନେ ଘଣ୍ଟଘଣ୍ଟି, ଧୂପ ଦୀପ ନୈବେଦ୍ୟରେ ପୀଠରେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛନ୍ତି । ପ୍ରସିଦ୍ଧ ଶୈବପୀଠ ଆଠଗଡର ଆରାଧ୍ୱ ବାବା ଧବଳେଶ୍ରରଙ୍କ ପୀଠ ରାତି ଦୁଇଟାରେ ପ୍ରଥମ ପହଡ ଖୋଲାଯାଇ ୧୦୮ କଳସ ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳତି, ଧୂପଦୀପ ପରେ ଖେଚୁଡ଼ି ଭୋଗ ଲାଗି କରାଯାଇଥିଲା । ଶାନ୍ତି ଓ ଶୃଙ୍ଖଳା ରକ୍ଷା ପାଇଁ ପୂଜକ ସମିତି ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ।