ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ରାକ୍ଷୀ ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ଉତ୍ସବ ବୋଲି ମଧ୍ୟ ପାଳନ କରାଯାଏ । ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ସାଇତି ରଖେ ରାକ୍ଷୀ । ଭଉଣୀ ତାର ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧେ । ରାକ୍ଷୀ ପୂର୍ଣ୍ଣିମା ହେଉଛି ଓଡ଼ିଆ ଘରର ଭାଇ ଭଉଣୀ ମାନଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କର ପର୍ବ। ଭାଇ ଭଉଣୀ ଭିତରେ ଥିବା ଅତୁଟ ଓ ପବିତ୍ର ସମ୍ପର୍କର ଉଦାହରଣର ପର୍ବ ରାକ୍ଷୀ । ରାକ୍ଷୀ ଗୋଟେ ଡୋରିରେ ତିଆରି ହୋଇଥାଏ ସତ କିନ୍ତୁ ଭାଇ ପ୍ରତି ଭଉଣୀର ଭଲପାଇବା କହିଥାଏ ଏଇ ରାକ୍ଷୀ । ଏହି ପର୍ବରେ ସବୁ ଓଡ଼ିଆଙ୍କ ଘରେ ପିଠାପଣା ତିଆରି ହୋଇଥାଏ । ପ୍ରଭୁ ବଳଭଦ୍ର ଗୋଶାଳାରେ ଜନ୍ମ ହୋଇଥିବାରୁ ଏହି ପର୍ବରେ ଗୋମାତାଙ୍କୁ ବି ପୂଜା କରାଯାଏ । ବୁଧବାର ଓ ଗୁରୁବାର ଏହି ଦୁଇ ଦିନ ରାକ୍ଷୀ ପୂର୍ଣ୍ଣିମା ପଡୁଥିବାରୁ ରାକ୍ଷୀ କେଉଁ ଦିନ ବାନ୍ଧିବେ ସବୁ ଭଉଣୀ ଦ୍ୱନ୍ଦରେ । ବୁଧବାର ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିବେ ବୋଲି କୁହାଯାଇଛି । ଗୁରୁବାର ପ୍ରଭୁ ଜଗତର ନାଥ ଜଗନ୍ନାଥ ରାକ୍ଷୀ ବାନ୍ଧିବା ସହିତ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ଦିନ ମଧ୍ୟ ପାଳନ ହେବ ।
ଆଗକୁ ପଢନ୍ତୁ : କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବଢ଼ିଲା ଅଡୁଆ: ହୋଇପାରନ୍ତି ଗିରଫ !