ଜଳ ଅନ୍ୟ ନାମ ଜୀବନର। ଜଳ ବିନା ଜୀବନ ଅସମ୍ଭବ। ଜୀବନର ପ୍ରତି ମୁହୂର୍ତ୍ତ ଓ ପ୍ରତିଟି ସମୟରେ ଜଳର ଆବଶ୍ୟକତା ରହିଛି। ତେଣୁ ମାନବ ସମାଜ, ଜୀବଜନ୍ତୁ, ବୃକ୍ଷଲତା ଆଦି ସମସ୍ତଙ୍କ ପାଇଁ ଜଳ ହିଁ ଆଧାର। ବିଶ୍ବରେ ୭୦ ପ୍ରତିଶତ ଜଳଭାଗ ରହିଥିବା ବେଳେ ସେଥିରୁ କେବଳ ୩ ପ୍ରତିଶତ ମଧୁର ଜଳ ରହିଛି। ୯୭ ପ୍ରତିଶଚ ଜଳ ପାନୀୟ ଉପଯୁକ୍ତ ନୁହେଁ। ବର୍ତ୍ତମାନ ସମଗ୍ର ବିଶ୍ୱ ତିନି ପ୍ରତିଶତ ଜଳ ଉପରେ ନିର୍ଭରଶୀଳ। ତେଣୁ ଜଳର ମହତ୍ଵକୁ ସମଗ୍ର ବିଶ୍ୱରେ ପ୍ରତିପାଦିତ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖକୁ ବିଶ୍ୱ ଜଳ ଦିବସ ରୂପେ ସାରା ବିଶ୍ୱରେ ପାଳନ କରାଯାଏ।
Read More >