ସାରା ବିଶ୍ବରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା କୋରନା ଭାଇରସ ବା କୋଭିଡ-୧୯। ଯାହାକୁ ଅତି ଗମ୍ଭୀର ଭାବରେ ଅନୁଭବ କରିଥିଲେ ସାଧାରଣ ଜନତା। ବିଶେଷକରି ହସ୍ପିଟାଲ ବା ଚିକିତ୍ସା କ୍ଷେତ୍ରରେ ସମସ୍ୟା ଭୋଗୁଥିବା ଦେଖାଯାଇଥିଲା। ସମସ୍ତେ ଜାଣନ୍ତି ମହାମାରୀ ମାନବ ସମାଜ ଉପରେ ଘାତକ ପ୍ରଭାବ ପକାଇଥାଏ। ଏହା ଆନ୍ତର୍ଜାତୀୟ, ଜାତୀୟ ତଥା ବ୍ୟକ୍ତିଗତ ସ୍ତରରେ ମଧ୍ୟ ଲୋକଙ୍କ ସାମାଜିକ ତଥା ଅର୍ଥନୈତିକ ବିକାଶକୁ ପ୍ରଭାବିତ କରିଥାଏ। ତେଣୁ କେବଳ କୋଭିଡ୍ ପାଇଁ ନୁହେଁ ବରଂ କୌଣସି ପ୍ରକାର ମହାମାରୀ କିମ୍ବା ସଂକ୍ରାମକ ରୋଗକୁ ରୋକିବା ପାଇଁ ତଥା ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ପ୍ରତିବର୍ଷ ଡିସେମ୍ବର ୨୭ ତାରିଖରେ ଅନ୍ତର୍ଜାତୀୟ ମହାମାରୀ ପ୍ରସ୍ତୁତି ଦିବସ ପାଳନ କରାଯାଇଥାଏ।
Read More >