୪୦ ଘଣ୍ଟା ପରେ ବି ହାଇଦରର ପତ୍ତା ପାଉନି ପୋଲିସ୍‌
Khabar Odisha:Odisha-Police-were-unable-to-locate-Hyder-even-40-hours-later

କଟକ, ଏପ୍ରିଲ ୧୨ (ଖବର ଓଡ଼ିଶା): ୪୦ ଘଣ୍ଟା ପରେ ବି ହାଇଦରର ପତ୍ତା ପାଉନି ପୋଲିସ୍ । ଏବେବି ଲାପତ୍ତା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେଖ୍ ଦାଇଦର ଅଲ୍ଲୀ ।

ରାଜ୍ୟରେ ଚାଲିଛି ସବୁଠୁ ବଡ଼ ସର୍ଚ୍ଚ ଅପରେସନ୍ ‘ ଅପରେସନ୍ ହାଇଦର’ । ଚାରିଆଡେ ଛଞ୍ଚାଣ ଭଳି ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟର କୁ ଖୋଜୁଛି ପୋଲିସ୍ । ରାଜ୍ୟ ଭିତରେ ନାକାବନ୍ଦୀ କରି ହାଇଦରକୁ ରାଜ୍ୟ ପୋଲିସ୍ ଖୋଜୁଥିବା ବେଳେ ରାଜ୍ୟ ହାଇଦର ରାଜ୍ୟ ବାହାରକୁ ଚମ୍ପଟ ମାରିଥିବା ସନ୍ଦେହ କରାଯାଉଛି । ରାଜ୍ୟ ବାହାରେ ହାଇଦର କିଛି ସୂଚନା ପାଇଁ ଗତ କାଲି ପୋଲିସ୍ କିଛି ସ୍ଥାନରେ ରେଡ୍ ମଧ୍ୟ କରିଛି କିନ୍ତୁ ସଫଳ ହେଉନି ଅପରେସନ୍ ହାଇଦର ।

କଟକ ଏସସିବିରେ ଚିକିତ୍ସାଧିନ ଥିବା ବେଳେ ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଫେରାର ହେବାର ୪୦ ଘଣ୍ଟା ବିତି ଯାଇଥିଲେ ବି ପୋଲିସ୍ ର ହାତ ଖାଲି । ହସ୍ପିଟାଲରେ ଥାଇ ପୁରା ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କଲା ଓ ଖସିଗଲା କିନ୍ତୁ ଏହି ଷଡଯନ୍ତ୍ର ର ଟେର ପାଇଲାନି ପୋଲିସ୍ । ଯାହାକୁ ନେଇ ଏବେ ସନ୍ଦେହ ଘେରରେ ପୋଲିସ୍ ।

ହାଇଦର ଏଭଳି ନାଟକୀୟ ଢଙ୍ଗରେ ଖସିଯିବା ସ୍ୱଭାବିକ୍ ନା ଜାଣିଶୁଣି ହାଇଦର ଭଳି କୁଖ୍ୟାତ ଅପରାଧି କୁ ଫେରାର ନାମରେ ଖଲାସ କରାଯାଇଛି ତାକୁ ନେଇ ଏବେ ଉଠିଛି ପ୍ରଶ୍ନ । ହାଇଦରକୁ ଏସସିବି ମେଡିକାଲ କୁ ଚିକିତ୍ସା ପାଇଁ ଅଣାଯିବା ଏବଂ ଚିକିତ୍ସା ସମୟରେ ଏକାଧିକ ସୁରକ୍ଷାକର୍ମୀଙ୍କ ପରିବର୍ତ୍ତେ ଜଣେ ସୁରକ୍ଷା କର୍ମୀ ମୁତୟନ ରହିବା ସହିତ ହାଇଦର କୁ କେଉଁ କାରଣରୁ କ୍ୟାବିନ୍ ଆଲର୍ଟ କରାଯାଇଥିଲା ଓ କ୍ୟାବିନ୍ ଭିତରକୁ ଏକାଧିକ ଲୋକଙ୍କୁ ହାଇଦରକୁ ଦେଖା କରିବାକୁ ଅନୁମତି ମିଳିବା ଯେମିତି ପୁରା ଘଟଣାକୁ ଅଧିକ ରହସ୍ୟମୟ କରିଛି ।

୨୦୦୫ ରେ ହାଇଦର ଭଳି କୁଖ୍ୟାତ ଅପରାଧିକୁ ଧରିବା ପାଇଁ ଯେଉଁ ଭଳି କଡା ସୁରକ୍ଷା ବଳୟ କରାଯାଇଥିଲା ଓ ମହାରାଷ୍ଟ୍ର ନାଗପୁରରୁ ହାଇଦରକୁ ସେହି କଡ଼ା ସୁରକ୍ଷା ବଳୟ ଭିତରେ ଓଡ଼ିଶା ଅଣାଯାଇଥିଲା ଏବେ ତାକୁ ଚିକିତ୍ସା ପାଇଁ ଏସସିବି ସ୍ଥାନାନ୍ତରଣ ବେଳେ ସେହି ଭଳି କଡା ସୁରକ୍ଷା କାହିଁକି ଦିଆଗଲା ନାହିଁ ତାକୁ ନେଇ ଏବେ ପ୍ରଶ୍ନ ଘେରରେ ରାଜ୍ୟ ପୋଲିସ୍ ।

  • Tags:

Subscribe

National International State Sports Entertainment