ଖବର ଓଡିଶା : 24/02/2023
ଇତିହାସ ସାକ୍ଷୀ ଅଛି ସ୍ତ୍ରୀ ମମତାଜଙ୍କ ପାଇଁ ସ୍ୱାମୀ ଶାହାଜାହାନ ଗଢ଼ିଥିଲେ ତାଜମହଲ । ହେଲେ ପତ୍ନୀଙ୍କ ମନସ୍କାମନା ପୂରଣ କରିବା ପାଇଁ ସ୍ୱାମୀ ନିର୍ମାଣ କଲେ ୭ କୋଟି ଟଙ୍କାର ମନ୍ଦିର । ସ୍ତ୍ରୀ ସନ୍ତୋଷୀମାଙ୍କ ଭକ୍ତ ହୋଇଥିବାରୁ ଗ୍ରାମରେ ମନ୍ଦିର ତିଆରି କରିବାର ସ୍ୱପ୍ନକୁ ସାକାର କରିଛନ୍ତି ଶିଲ୍ପପତି ସ୍ୱାମୀ । ୮୬ ଫୁଟ ଉଚ୍ଚତା ବିଶିଷ୍ଟ ସନ୍ତୋଷୀଙ୍କ ମା’ଙ୍କ ମନ୍ଦିର ତିଆରି ହୋଇଛି । ୨୦୦୮ରୁ ଆରମ୍ଭ ହୋଇଥିବା ମନ୍ଦିର କାମ ଏବେ ସମ୍ପୂର୍ଣ୍ଣ ହୋଇଛି । ଆସନ୍ତା ୨୮ ତାରିଖରେ ପ୍ରତିଷ୍ଠା ହେବାକୁ ଯାଉଛି ଏହି ମନ୍ଦିର । ସୂଚନା ଅନୁସାରେ, ଉଭୟ ଦମ୍ପତ୍ତି ହାଇଦ୍ରାବାଦରେ ରହୁଥିବା ବେଳେ ପତ୍ନୀଙ୍କୁ ତାଙ୍କ ଗ୍ରାମରେ ମନ୍ଦିର କରିଦେବାର ଦେଇଥିବା ପ୍ରତିଶୃତି ଦେଇଥିଲେ ସ୍ୱାମୀ । ତେବେ ସେ ସ୍ତ୍ରୀ ଇଛାକୁ ପୁରଣ ସହ ଖୁସି ଟିକିଏ ଦେବାକୁ ଗାଁରେ ଆରମ୍ଭ କରିଥିଲେ ସନ୍ତୋଷୀ ମନ୍ଦିର । ସୁନ୍ଦର କାରୁକାର୍ଯ୍ୟ ଭରା ହୋଇଛି ଏହି ମା’ ସନ୍ତୋଷୀଙ୍କ ମନ୍ଦିର । ଦକ୍ଷିଣ ଭାରତୀୟ କାରିଗରୀରେ ଏହି ମନ୍ଦିର ନିର୍ମାଣ କରାଯାଇଛି । ମନ୍ଦିର ମୁଖଶାଳା ୮୬ ଫୁଟ ହୋଇଛି । ପ୍ରଥମେ ଏଥିନିମନ୍ତେ ୩୦ ଲକ୍ଷ ବ୍ୟୟ ଅଟକଳ ସ୍ଥିର କରାଯାଇଥିଲା। ମାତ୍ର ସମୟ ଗଡ଼ିବା ସହ ମନ୍ଦିର ନିର୍ମାଣ ଖର୍ଚ୍ଚ ମଧ୍ୟ ବଢ଼ି ଚାଲିଲା। ପ୍ରାୟ ୧୫ ବର୍ଷ ପରେ ମନ୍ଦିର ନିର୍ମାଣ କାମ ଶେଷ ହେବାକୁ ବସିଥିବା ବେଳେ ସମୁଦାୟ ଖର୍ଚ୍ଚ ୭ କୋଟିରେ ପହଞ୍ଚିଲାଣି। ମନ୍ଦିରରେ ସନ୍ତୋଷୀ ମା’ଙ୍କ ସହ ପ୍ରଭୁ ଶିବ, ଗଣେଶ, ହନୁମାନ ଓ ନବଗ୍ରହ ସ୍ଥାନ ପାଇଛନ୍ତି । ୨୦୦୮ ମସିହାରେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସ୍ୱାମୀ ଇଚ୍ଛା ପୂରଣ କରିଥିବାରୁ ଖୁସି ପ୍ରକାଶ କରିଛନ୍ତି ପତ୍ନୀ । ସ୍ୱାମୀ କ୍ଷେତ୍ରବାସୀ ଲେଙ୍କା କହିଛନ୍ତି ଯେ ପତ୍ନୀଙ୍କୁ ବିବାହ ବେଳେ ଦେଇଥିବା ସନ୍ତୋଷୀ ମା ମନ୍ଦିରଟିଏ ନିର୍ମାଣର ପ୍ରତିଶୃତି ଓ ସ୍ୱପ୍ନକୁ ପୁରଣ କରିପାରିଛି । ମନ୍ଦିର ନିର୍ମାଣ ପରେ ଏହା ଗ୍ରାମବାସୀଙ୍କୁ ଭେଟି ଦେବା ସ୍ଥାନୀୟ ଅଂଚଳରେ ଚର୍ଚା ର ବିଷୟ ପାଲଟିଛି ।