ଖବର ଓଡିଶା : 17/03/2023
ବରକୁ ମିଳିଲାନି ଗାଡି | ବାହା ହେବାକୁ ଚାଲି ଚାଲି ଗଲେ ୨୮ କି.ମି | ସୁନାଖଣ୍ଡି ପଞ୍ଚାୟତ ପର୍ଥିଗୁଡ଼ା ଗାଁରୁ ବରଯାତ୍ରୀ ସହ ଚାଲିଚାଲି ବର ଯିବା ସାମ୍ନାକୁ ଆସିଛି। ଯାହା କି ଅଞ୍ଚଳରେ ଚର୍ଚ୍ଚା ବିଷୟ ହୋଇଛି। ଡ୍ରାଇଭର ଆନ୍ଦୋଳନର ପ୍ରଭାବର ଏପରି ଏକ ଚିତ୍ର ରାୟଗଡ଼ କଲ୍ୟାଣସିଂହପୁରରୁ ସାମ୍ନାକୁ ଆସିଛି । ବିବାହ ପାଇଁ ୪ଟି ଗାଡି ଭଡା କରିଥିଲେ ବରପକ୍ଷ କିନ୍ତୁ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଗୋଟିଏ ହେଲେ ଗାଡ଼ି ଆସିନଥିଲା । ଫଳରେ ଅନ୍ୟ କୌଣସି ବାଟ ନପାଇ ୨୮କିଲୋମିଟର ବାଟ ଚାଲି ଚାଲି ଆସି କନିଆଁ ଘରେ ପହଞ୍ଚିଛନ୍ତି ବରଯାତ୍ରୀ । ଖବର ଅନୁସାରେ, ସୁନାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ପର୍ଥିଗୁଡ଼ା ଗ୍ରାମର ଜଣେ ଯୁବକ ଗତକାଲି ବିବାହ କରିବାକୁ କନ୍ୟା ଘର ଡିବାଲପାଡୁ କୁ ବାହାରିଥିଲେ | ପୂର୍ବ ନିର୍ଦ୍ଧାରିତ ପ୍ରକାରେ ବର ଘର ପ୍ରସ୍ତୁତ ହୋଇଥିଲେ ମଧ୍ୟ ଭଡାଗାଡି ଗୁଡିକ ଆସିନଥିଲା | ଡ୍ରାଇଭରଙ୍କୁ ଷ୍ଟିୟରିଂ ଛାଡ ଆନ୍ଦୋଳନ ପାଇଁ ଗାଡି ଗୁଡିକ ଆସିବା ପାଇଁ ମନା କରିଦେଇଥିଲେ | ଫଳରେ କୌଣସି ଉପାୟ ନପାଇ ବର ଓ ବରଯାତ୍ରୀ ଚାଲି ଚାଲି ବାହାରିଥିଲେ, ଏବଂ ରାତି ୩ଟାରେ ପୁଜାରିଗୁଡା ପଞ୍ଚାୟତ ଡିବାଲପାଡୁ ଗାଁରେ ଥିବା କନିଆଁ ଘରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ବୈଦିକ ରୀତିନୀତିରେ ବିବାହ ଅନୁଷ୍ଠିତ ହୋଇଥିଲା।