ନିକଟରେ ଗୁଗୁଲ କିଛିଦିନ ହେବ କର୍ମଚାରୀଙ୍କ ଛଟେଇ କରୁଥିବାର ଖବର ଚର୍ଚ୍ଚାରେ ରହିଥିଲା। କିନ୍ତୁ ଏବେ ପୁଣିଥରେ ଗୁଗୁଲ ଚର୍ଚ୍ଚାରେ ଅଛି। ତେବେ କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇଥିବା ବେଳେ ୧୦ କି ୨୦ ନୁହେଁ ବରଂ ଏକାଥରକେ ୩୦୦ ପ୍ରତିଶତ ବୃଦ୍ଧି କରି ଗୁଗୁଲ ଚର୍ଚ୍ଚାରେ ଅଛି।
ସୂଚନାଯୋଗ୍ୟ ଯେ, ଗତ କିଛି ମାସ ମଧ୍ୟରେ କମ୍ପାନି ଅନେକ ବିଭାଗରୁ ପ୍ରାୟ ୧୦୦୦ ଜଣ କର୍ମଚାରୀଙ୍କୁ ଛଟେଇ କରିଥିଲା ବେଳେ ୨୦୨୩ରେ ୧୨,୦୦୦ କର୍ମଚାରୀଙ୍କୁ ବାହାର କରି ଦେଇଥିଲା। ତେବେ ନିକଟରେ ଗୁଗୁଲର ଜଣେ ପ୍ରିୟ କର୍ମଚାରୀ ତଥା IIT ମାଡ୍ରାସର ପୂର୍ବତନ ଛାତ୍ର ଅନ୍ୟ ଏକ କମ୍ପାନୀରେ ଯୋଗ ଦେବାକୁ ଯାଉଥିଲେ। କିନ୍ତୁ କମ୍ପାନି ତାଙ୍କର ପାରିଶ୍ରମିକୁ ୩୦୦ପ୍ରତିଶତ ବୃଦ୍ଧି କରିବାର ପ୍ରସ୍ତାବ ଦେଇଥିଲା। ଏଥିରେ କର୍ମଚାରୀ ରାଜି ହୋଇ ନିଜ ପଦରେ ପୁଣି ରହିବାକୁ ନିଷ୍ପତ୍ତି ନେଇଥିଲେ।
ଏହି ଘଟଣା ସମ୍ପର୍କରେ ପର୍ପ୍ଲେକ୍ସିଟି ଏଆଇର ସିଇଓ ଅରବିନ୍ଦ ଶ୍ରୀନିବାସ ଆଲୋଚନା କରି କହିଛନ୍ତି, "ଗୁଗୁଲ ନିଜର କର୍ମଚାରୀଙ୍କୁ କମ୍ପାନିରେ ରଖିବା ପାଇଁ କୌଣସି ସ୍ତର ପର୍ଯ୍ୟନ୍ତ ଯାଇପାରେ। ଯେଉଁ କର୍ମଚାରୀ ଆମର କମ୍ପାନିରେ ଯୋଗ ଦେବା ପାଇଁ ଆସୁଥିଲେ ସେ ଗୁଗୁଲ ସର୍ଚ୍ଚ ଟିମର ସଦସ୍ୟ ଥିଲେ। ତାଙ୍କର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହିତ କୌଣସି ପ୍ରକାର ନେଣଦେଣ ନଥିଲା। ତା ସତ୍ତ୍ବେ ବି କମ୍ପାନି ଉକ୍ତ କର୍ମଚାରୀଙ୍କ ଦରମାକୁ ୩୦୦ ପ୍ରତିଶତ ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି କରି ଅଟକାଇ ଦେଲା।"
ଅଧିକ ପଢନ୍ତୁ: ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ବୈଠକ