ସମୟ ପୂର୍ବରୁ ଜନ୍ମହୋଇଥିବା ଶିଶୁକୁ ସାଧାରଣତଃ premature ଛୁଆ କୁହାଯାଏ । premature ଶିଶୁମାନଙ୍କ ଅଳ୍ପ ଓଜନ ବିଶିଷ୍ଟ, ତାଙ୍କର ସମ୍ପୂର୍ଣ ଶାରୀରିକ ବିକାଶ ହୋଇନଥାଏ । କଙ୍ଗାରୁମାନେ ଯେମିତି ନିଜ ଶରୀରରେ ନିଜର ଶିଶୁକୁ ସର୍ବଦା ପାଇଁ ଯୋଡି ରଖିଥାନ୍ତି ସେମିତି ଡାକ୍ତରଙ୍କ ପରାମର୍ଶରେ ସମୟ ପୂର୍ବରୁ ଜନ୍ମହୋଇଥିବା ଶିଶୁମାନଙ୍କର ଯତ୍ନ ଏପରି ନିଆଯିବ ଉଚିତ । କଙ୍ଗାରୁର ଯତ୍ନ, ଚର୍ମରୁ ଚର୍ମ ସମ୍ପର୍କ ଭାବରେ ମଧ୍ୟ ଜଣାଶୁଣା ।
ଏହି ପ୍ରଣାଳୀରେ ଶିଶୁମାନଙ୍କୁ ଶରୀର ନିକଟରେ ରଖି ଶିଶୁକୁ ଉଷ୍ମତା ଏବଂ ଆରାମ ପ୍ରଦାନ କରିଥାଏ ଶିଶୁର ମା' , ଯେପରି ଶିଶୁଟି ମା' ଗର୍ଭରେ ଥିଲେ ଯେମିତି ଅନୁଭବ କରିବ । ଶିଶୁମାନେ କୋମଳ ହୋଇଥାନ୍ତି ସେମାନଙ୍କ ପରିସ୍ଥିତି ଦେଖି ଶିଶୁର ଚିକିତ୍ସା ଆବଶ୍ୟକତା । ଏହି ଚିକିତ୍ସା ଅପରିପକ୍ୱ ଶିଶୁମାନଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇବା ସହିତ ସାମଗ୍ରିକ ସ୍ୱାସ୍ଥ୍ୟର ବିକାଶରେ ସହାୟତ ହୋଇଥାଏ । ଶିଶୁର ହୃଦସ୍ପନ୍ଦନକୁ ମଧ୍ୟ ସ୍ଥିର କରିବା ସହିତ ଶ୍ୱାସକ୍ରିୟାକୁ ଉନ୍ନତ କରିଥାଏ ଏବଂ ଭଲ ନିଦ କରିବାରେ ସାହାଯ୍ୟ କରିଥାଏ ଏବଂ ସଂକ୍ରମଣର ଆଶଙ୍କା କମ କରିଥାଏ ।