ସତର୍କ ଘଣ୍ଟି, ୟୁରୋପ ଅଭିମୁଖେ ମାଡିଆସୁଛି କରୋନା ସୁନାମୀ
Khabar Odisha:European-country-heading-towards-tsunami-of-corona-virus
ବ୍ରସେଲ, ଅକ୍ଟୋବର ୨୧ (ଖବର ଓଡ଼ିଶା):

ସମଗ୍ର ୟୁରୋପ ବର୍ତ୍ତମାନ କରୋନା ଭାଇରସ ମହାମାରୀର ଦ୍ୱିତୀୟ ତରଙ୍ଗର ଶିକାର ହୋଇଛି । ବର୍ତ୍ତମାନ ୟୁରୋପୀୟ ୟୁନିଅନର ଗୁରୁତ୍ୱପୂର୍ଣ୍ଣ ଦେଶ ମାନଙ୍କର ସ୍ୱାସ୍ଥ୍ୟମନ୍ତ୍ରୀ ଚେତାବନୀ ଦେଇ କହିଛନ୍ତି ଯେ ଦେଶ କୋଭିଡ -19 ମହାମାରୀର ସୁନାମି ଆଡକୁ ଗତି କରୁଛି । ଉଦାହରଣ ଭାବେ ଆମେ ବେଲଜିୟମ ବିଷୟରେ କହିବାକୁ ଗଲେ, ଯେଉଁଠାରେ କି କରୋନା ନୂଆ ମାମଲାରେ ହଠାତ୍ ବୃଦ୍ଧି ଘଟିଛି | ୟୁରୋପର ଅନେକ ଦେଶରେ ଯଥା ବ୍ରିଟେନ, ଫ୍ରାନ୍ସ, ନେଦରଲ୍ୟାଣ୍ଡ, ଜର୍ମାନୀରେ ଗତ କିଛିଦିନ ମଧ୍ୟରେ ପୁଣିଥରେ କରୋନା ଜୀବାଣୁ ବୃଦ୍ଧି ପାଇବା ପରେ । ବର୍ତ୍ତମାନ ଲକଡାଉନ ଲାଗୁ କରାଯାଇଛି

ବେଲଜିୟମର ସ୍ୱାସ୍ଥ୍ୟମନ୍ତ୍ରୀ ଫ୍ରାଙ୍କ ଭାଣ୍ଡେବ୍ରକ୍ କହିଛନ୍ତି ଯେ ବର୍ତ୍ତମାନ ତାଙ୍କ ଦେଶରେ କରୋନାର ସୁନାମି ଆସୁଛି। ଆରଟିଏଲ ସହ ବାର୍ତ୍ତାଳାପରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, 'ଆମେ ୟୁରୋପର ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ମଧ୍ୟରେ ଅଛୁ। ଆମେ ଏକ ସୁନାମିକୁ ସମ୍ମୁଖୀନ ହେବାକୁ ଯାଉଛୁ ଯାହା ଆମ ନିକଟରେ ପହଁଞ୍ଚିସାରିଲାଣି | ବର୍ତ୍ତମାନ ଆମ ଦେଶରେ ଯାହା ଘଟିବ ତାହାକୁ ନିୟନ୍ତ୍ରଣ କରିବାରେ ଆମେ ଅସମର୍ଥ ହେବୁ । ଆଜି ଆମେ ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆମକୁ ଖୁବ୍ କଷ୍ଟ ସ୍ୱୀକାର କରିବାକୁ ପଡିବ ଲୋକମାନଙ୍କ ବିନା ସାହାର୍ଯ୍ୟରେ ଆମେ ଏହାକୁ ମୁକାବିଲା କରିପାରିବୁ ନାହିଁ । ବେଲଜିୟମରେ ଗତ ସପ୍ତାହରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟାରେ ଶତପ୍ରତିଶତ ବୃଦ୍ଧି ଘଟିଛି । ସୋମବାର ଠାରୁ ସରକାର ସମସ୍ତ ବାର ଏବଂ ରେଷ୍ଟୁରାଣ୍ଟ ବନ୍ଦ କରି ଦେଇଛନ୍ତି । ଏଥିସହ ଦେଶରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ଫ୍ରାଙ୍କ୍ କହିଛନ୍ତି, "ଯଦି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ଏହିପରି ବଢିବ, ତେବେ ଆମକୁ ଅଣ-କୋଭିଡ୍ ରୋଗୀଙ୍କ ଚିକିତ୍ସା ସ୍ଥଗିତ ରଖିବାକୁ ପଡିବ, ଯାହା ଅତ୍ୟନ୍ତ ବିପଜ୍ଜନକ ଅଟେ।"

ଫ୍ରାଙ୍କଙ୍କ ଅନୁଯାୟୀ, ଜନସାଧାରଣଙ୍କୁ ସରକାରଙ୍କ ଏକମାତ୍ର ବାର୍ତ୍ତା ହେଉଛି "ନିଜକୁ ରକ୍ଷା କର, ତୁମର ପ୍ରିୟଜନଙ୍କ ଯତ୍ନ ନିଅ ଏବଂ ସଂକ୍ରମଣରୁ ରକ୍ଷା ପାଇବ।" ମୁଣ୍ଡପିଛା କୋଭିଡ -19 ସଂକ୍ରମଣ ହେତୁ ବେଲଜିୟମରେ ବର୍ତ୍ତମାନ ବିଶ୍ୱରେ ସର୍ବାଧିକ ସଂଖ୍ୟକ ମାମଲା ରହିଛି। ଏଠାରେ ବର୍ତ୍ତମାନ 2,22,253 ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଯାହା ଏକ ସପ୍ତାହରେ ଦ୍ୱିଗୁଣିତ ହୋଇଛି |

ବେଲଜିୟମ ବ୍ୟତୀତ ଇଟାଲୀ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି। ସମସ୍ତ ବାର ଏବଂ ରେଷ୍ଟୁରାଣ୍ଟ ଏଠାରେ ବନ୍ଦ ରହିଛି | ଚଳିତ ବର୍ଷ ଗ୍ରୀଷ୍ମ ତୁରେ, କରୋନା ଇଟାଲୀରେ ତାଣ୍ଡବ ରଚାଇଥିଲା | ଗତ ସପ୍ତାହରେ ଫ୍ରାନ୍ସର ପ୍ୟାରିସ ସମେତ ନଅଟି ସହରରେ ରାତ୍ରି କର୍ଫ୍ୟୁ ଲାଗୁ କରାଯାଇଛି । କୋଭିଡର ଦ୍ୱିତୀୟ ତରଙ୍ଗ ବର୍ତ୍ତମାନ ଦେଶରେ ପ୍ରବେଶ କରିଛି ବୋଲି ସ୍ୱିସ୍ ସରକାର ସ୍ୱୀକାର କରିଛନ୍ତି । ଘର ଭିତରେ ଏବଂ ସର୍ବସାଧାରଣ ସ୍ଥାନରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି | ଗତ ସପ୍ତାହରେ ଏଠାରେ କୋଭିଡ -19 ମାମଲାର ସଂଖ୍ୟା ଦ୍ୱିଗୁଣିତ ହୋଇଛି। ସ୍ୱିଜରଲ୍ୟାଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ଆଲେନ୍ ବୁର୍ସେଟ୍ କହିଛନ୍ତି ଯେ ଦେଶ କୋଭିଡ୍ -19 ସହିତ ଲଢୁଛି ଏବଂ ସରକାର ଏଥିପାଇଁ ପ୍ରସ୍ତୁତ ଅଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ସେ କେବେ ଭାବିନଥିଲେ ମହାମାରୀ କରୋନା ଭାଇରସ୍ ଏତେ ଶକ୍ତିଶାଳୀ ବୋଲି ।

  • Tags:

Subscribe

National International State Sports Entertainment