ରବିବାର ସୂର୍ଯ୍ୟଦେବଙ୍କୁ ପୂଜା କରାଯାଏ । ସୂର୍ଯ୍ୟଦେବ ହେଉଛନ୍ତି ଏକ ସାକ୍ଷାତ ଦର୍ଶନ ଦେଉଥିବା ଦେବତା ଅଟନ୍ତି । ସୂର୍ଯ୍ୟ ଦେବତା ସବୁ ଦେବତାଙ୍କ ଠାରୁ ଅଧିକ ତେଜସ୍ୱୀ ବୋଲି ମନାଯାଏ । ସୂର୍ଯ୍ୟ ଦେବତାଙ୍କୁ ଯଶର କାରକ ମଧ୍ୟ କୁହାଯାଇଥାଏ । ବିଶ୍ୱାସ କରାଯାଏ ଯେ, ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ଦ୍ୱାରା ସଫଳତା, ମାନସିକ ଶାନ୍ତି ଏବଂ ଶକ୍ତି ପ୍ରାପ୍ତ ହେବା ସହ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଆଶୀର୍ବାଦ ମିଳଥାଏ । ସୂର୍ଯ୍ୟଦେବଙ୍କୁ ପୂଜା କରିବା ଦ୍ୱାରା ଗ୍ରହରିଷ୍ଟ ଖଣ୍ଡନ ହେବାସହିତ ଅନେକ ସୁଫଳ ମିଳିଥାଏ । ସୂର୍ଯ୍ୟ ଦେବତାଙ୍କୁ ଅଶୁଦ୍ଧ ଜଳ ମଧ୍ୟ ଅର୍ପଣ କରିବା ଉଚିତ ନୁହେଁ। ଏହାଦ୍ୱାରା ପରିବାରରେ ସୁଖଶାନ୍ତି ନଷ୍ଟ ହୋଇ ଯାଇଥାଏ। ଯେଉଁ ବ୍ୟକ୍ତି ଉପରେ ସୂର୍ଯ୍ୟଦେବଙ୍କ କୃପା ଦୃଷ୍ଟି ରହିଥାଏ, ସେହି ବ୍ୟକ୍ତିର କୁଣ୍ଡଳୀରେ କେବେବି ରାହୁ କେତୁ, ସବୁ ଗ୍ରହ ଅଶୁଭ ଦୃଷ୍ଟି ରଖନ୍ତି ନାହିଁ ।
ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ କେଉଁ ବିଶେଷ କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ ଆସନ୍ତୁ ଜାଣିବା-
– ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ସେହି ଜଳ ଆପଣଙ୍କ ପାଦରେ ପଡ଼ିବା ଉଚିତ ନୁହେଁ।
– ଭୁଲରେ ମଧ୍ୟ ସ୍ନାନ ନକରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ ନାହିଁ। ନଚେତ ଘୋର ପାପ ହୋଇପାରେ।
– କେବେବି ପ୍ଲାଷ୍ଟିକ ବା କାଚରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଉଚିତ ନୁହେଁ। ହିନ୍ଦୁଧର୍ମ ଅନୁସାରେ ଦେବତା ମାନଙ୍କ ପାଖରେ ପିତ୍ତଳ ବା ତମ୍ବା ପାତ୍ର ବ୍ୟବହାର କରିବା ଶୁଭ ହୋଇଥାଏ।
– ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରୁଥିବା ସମୟରେ ସେହି ପାଣିରେ କିଛି ଫୁଲ ରହିଥିବା ଆବଶ୍ୟକ। କାରଣ ଖାଲି ଜଳ ଅର୍ପଣ କରିବା ଅତ୍ୟନ୍ତ ଅଶୁଭ ହୋଇଥାଏ।
–ଯେଉଁ ପାତ୍ରରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବେ ସେହି ପତ୍ରକୁ ସବୁଦିନ ସଫାକରି ଜଳ ଅର୍ପଣ କରିବେ । ନ ହେଲେ ସୂର୍ଯ୍ୟଦେବଙ୍କର କୋପ ଦୃଷ୍ଟି ପଡିଥାଏ ।
– ଯଦି ଆପଣ କୌଣସି ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ପାରୁ ନାହାନ୍ତି। ତାହେଲେ ସପ୍ତାହର ଗୋଟିଏ ରବିବାର ଦିନ ନିଶ୍ଚିତ ଭାବରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଦେଖିବେ ନିଶ୍ଚିତ ଭାବରେ ଆପଣ ଶୁଭ ଫଳ ପ୍ରାପ୍ତ କରିବେ। କାରଣ ରବିବାର ଦିନ ସୂର୍ଯ୍ୟଙ୍କୁ ସମର୍ପିତ ଅଟେ।
– ଶାସ୍ତ୍ର ଅନୁସାରେ କୁହାଯାଇଛି କି, ଯେଉଁ ମହିଳା ମାନଙ୍କର ମାସିକ ଧର୍ମ ହୋଇଥିଲେ, ସେମାନେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଉଚିତ ନୁହେଁ। ଏହାସହିତ ସେମାନେ ଠାକୁର ପୂଜା ବା ଧାର୍ମିକ କାର୍ଯ୍ୟ ଆଦି କରିବା ଅନୁଚିତ।
– ଯଦି ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟା ସୃଷ୍ଟି ହେଉଛି କିମ୍ବା ଦାମ୍ପତ୍ୟ ଜୀବନରେ ଅଶାନ୍ତି ଲାଗି ରହୁଛି, ତାହେଲେ ଘିଅର ଦୀପ ଏବଂ କର୍ପୂର ଜାଳିବା ଉଚିତ। ଏହାଦ୍ୱାର ପିତୃ ଦୋଷ ଦୂର ହୋଇ ଯାଇଥାଏ।
– ଘରକୁ ସର୍ବଦା ସଫାସୁତୁରା ରଖିବା ଉଚିତ। ଦେବୀ ଲକ୍ଷ୍ମୀଙ୍କୁ ସଫାସୁତୁରା ସ୍ଥାନ ଅତ୍ୟନ୍ତ ପ୍ରିୟ ଅଟେ। ତେଣୁ ଯେଉଁ ଘର ସଫାସୁତୁରା ରହିଥାଏ, ସେଠାରେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ।
– ଘରର ଦକ୍ଷିଣ – ପୂର୍ବ ଦିଗରେ ମୟୂର ପର ରଖିବା ଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ଏହାସହିତ ଆର୍ଥିକ ସଙ୍କଟ ଦୂର ହୋଇଥାଏ।
– ପ୍ରତ୍ୟେକଦିନ ପଶୁପକ୍ଷୀ ମାନଙ୍କୁ ଖାଇବାକୁ ଦିଅନ୍ତୁ। ଘରର ପ୍ରଥମ ରୁଟି ଗାଈକୁ ଓ ଶେଷ ରୁଟି କୁକୁରକୁ ଖାଇବାକୁ ଦିଅନ୍ତୁ। ଏହାସହିତ ପକ୍ଷୀ ମାନଙ୍କୁ ଦାନା ଖାଇବାକୁ ଦିଅନ୍ତୁ। ଏଭଳି କରିବା ଦ୍ଵାରା ପୂଣ୍ୟ ପ୍ରାପ୍ତି ହୋଇଥାଏ ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।
ପ୍ରତି ରବିବାର ସୂର୍ଯ୍ୟଦେବଙ୍କୁ ପୂଜା କରିବା ସହିତ ସୂର୍ଯ୍ୟଦେବଙ୍କର ନାମକୁ ସ୍ମରଣ କରନ୍ତୁ ।
ଆଗକୁ ପଢ଼ନ୍ତୁ : ଗୁରୁବାର ପରି ଶୁକ୍ରବାର ବି ମାଆ ଲକ୍ଷ୍ମୀଙ୍କ ପ୍ରିୟ ବାର