ଆଜି ହେଉଛି ଶୁକ୍ରବାର । ଶୁକ୍ରବାର ଦିନ ଶୁକ୍ର ଗ୍ରହ ସହିତ ଦେବୀ ଲକ୍ଷ୍ମୀଙ୍କୁ ପୂଜା ମଧ୍ୟ କରାଯାଏ । ଗୁରୁବାର ପରି ଶୁକ୍ରବାର ବି ମାଆ ଲକ୍ଷ୍ମୀଙ୍କ ପାଇଁ ଉତ୍ସର୍ଗ କରାଯାଇଛି । ବିଶ୍ୱାସ କରାଯାଏ ଯେ, ଏହି ଦିନ ଦେବୀ ଲକ୍ଷ୍ମୀଙ୍କୁ ରୀତିନୀତି ସହିତ ପୂଜା କରିବା ଦ୍ୱାରା ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଥାଏ ଏବଂ ସମସ୍ତ କାର୍ଯ୍ୟରେ ସିଦ୍ଧି ମିଳିଥାଏ । ଘରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ । କୁହାଯାଏ କି ମା ଲକ୍ଷ୍ମୀ ଗୋଟେ ସ୍ଥାନରେ ଦୀର୍ଘ ସମୟ ଯାଏଁ ରହିନଥାନ୍ତି । ସେ ଚଞ୍ଚଳ ସ୍ୱଭାବର । ତାଙ୍କୁ ଚଞ୍ଚଳା ବୋଲି କୁହାଯାଇଥାଏ । ସେଥିପାଇଁ ନିୟମିତ ମା ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ୍ ।ଜୀବନରେ ସମସ୍ତ ବାଧାବିଘ୍ନ ମଧ୍ୟ ଦୂର ହୋଇଥାଏ। ଯଦି ଆପଣ ନିଜ ଜୀବନରେ ଆର୍ଥିକ ଖରାପ ଅଛି ଏବଂ କ୍ୟାରିୟରରେ ଅସଫତା ପ୍ରାପ୍ତ କରୁଛନ୍ତି । ତେବେ, ଶୁକ୍ରବାର ଦିନ ଆପଣ ଏହି ସବୁ ଉପାୟ କରିବା ଦ୍ବାରା ଜୀବନରୁ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ ଏବଂ କ୍ୟାରିୟରରେ ଆପଣଙ୍କୁ ସଫଳତା ମଧ୍ୟ ପ୍ରାପ୍ତ ହୋଇଥାଏ । ଶୁକ୍ରବାର ଦିନ ଯଦି ଘରର ମୁଖ୍ୟ ଦ୍ୱାର କିମ୍ବା ପୂଜା ଘରେ ଝିଟିପିଟିର ଦର୍ଶନ ହୋଇଯାଏ ବହୁତ ଶୁଭ ବୋଲି ମାନାଯାଇଥାଏ । ସେଥିପାଇଁ ଏହାକୁ କେବେବି ଘରୁ ଝିଟିପିଟି ବାହାର କରନ୍ତୁ ନାହିଁ ।
ଆସନ୍ତୁ ଜାଣିବା ଶୁକ୍ରବାର ଦିନ କଣ କଲେ ସଫଳତା ପ୍ରାପ୍ତ ହେବ -
୧- ମାଆ ଲକ୍ଷ୍ମୀଙ୍କ ପ୍ରିୟ ରଙ୍ଗ ହେଉଛି ଧଳା ଏବଂ ଲାଲ୍ । ଯଦି ଆପଣଙ୍କ ଲକ୍ଷ୍ମୀଙ୍କ କୃପା ଲାଭ କରିବାକୁ ଚାହୁଛନ୍ତି ତେବେ, ଆପଣ ଶୁକ୍ରବାର ଦିନ ନାଲି କିମ୍ବା ଧଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ୍। ଏହି ଦିନ, ଶୁକ୍ରବାର ସଂନ୍ଧ୍ୟା ସମୟରେ ଠାକୁର ଘରେ ସୁଦ୍ଧ ଘିଅରେ ଏକ ଦୀପ ଜଳାଇବା ଉଚିତ୍ ଏବଂ କର୍ପୁରରେ ଆରତି କରିବା ଉଚିତ୍ । ଏହା କରିବା ଦ୍ବାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାଆନ୍ତି । ଏହା ସହ ଆପଣ ତୁଳସୀ ଚଉଁରା ମୂଳରେ ଏକ ଦୀପ ମଧ୍ୟ ଜାଳିବା ।
୨- ଏହି ଦିନ ମାଆ ଲକ୍ଷ୍ମୀଙ୍କ ସହିତ ଭଗବାନ ଗଣେଶଙ୍କୁ ପୂଜା କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ମାଆ ଲକ୍ଷ୍ମୀ ଧନର ଦେବୀ ହୋଇଥିବା ବେଳେ ଶ୍ରୀ ଗଣେଶ ସମସ୍ତ ବାଧାବିଘ୍ନ ଦୂର କରନ୍ତି। ସେଥିପାଇଁ ତାଙ୍କୁ ବିଘ୍ନ ବିନାଶକ ବୋଲି କୁହାଯାଏ । ତେଣୁ ଶୁକ୍ରବାର ଦିନ ଗଣେଶଙ୍କ ସହ ଲକ୍ଷ୍ମୀଙ୍କୁ ପୂଜା କରିବା ସହ ଏକ କଳସରେ ନଡିଆ
ରଖି ପୂଜା କରନ୍ତୁ । ପୂଜା ପରେ ସେହି ନଡିଆକୁ ନେଇ ଗଣେଶ ମନ୍ଦିରରେ ଦେଇ ଦିଅନ୍ତୁ । ଏହା କରିବା ଦ୍ବାରା ଆର୍ଥିକ ସମସ୍ୟା ଦୂର ହୋଇଯାଏ । ଏବଂ ଆପଣଙ୍କ ଘରେ ଧନ ସମୃଦ୍ଧି ଆସିଥାଏ ।
୩- ସେହିପରି ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ମଧ୍ୟ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହି ଦିନ ଆପଣ ଶଙ୍ଖ ସହିତ ମାଆ ଲକ୍ଷ୍ମୀ ଓ ବିଷ୍ଣୁଙ୍କୁ ପୂଜା କରନ୍ତୁ ଏବଂ କ୍ଷୀରି ଭୋଗ ଲଗାନ୍ତୁ । ଶୁକ୍ରବାର ଦିନ ଏଭଳି ପୂଜା କରିବା ଦ୍ବାରା ଆପଣଙ୍କୁ କ୍ୟାରିୟରରେ ସଫଳତା ମିଳିଥାଏ ଏବଂ ସମସ୍ତ
ମନସ୍କାମନା ପୂରଣ ହୋଇଥାଏ ।
୪- ଶୁକ୍ରବାର ଦିନ ଲକ୍ଷ୍ମୀଙ୍କୁ ପୂଜା କରିବା ସମୟରେ ନାଲି ଫୁଲ ଚଢାଇ ମାଆଙ୍କୁ ନିଜ ମନକଥା କୁହନ୍ତୁ । ପୂଜା ପରେ ସେହି ଫୁଲକୁ ନେଇ ଆପଣ ନିଜ ପାଖରେ ରଖନ୍ତୁ । ଦେଖିବେ ଆପଣଙ୍କ ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ। କେବେବି ଆପଣଙ୍କୁ ଅର୍ଥର ଅଭାବ ରହିବ ନାହିଁ ଏବଂ ଆପଣଙ୍କ ଜୀବନରେ ସମସ୍ତ ବାଧାବିଘ୍ନ ଦୂର ହୋଇଯିବ।
୫- ସେହିପରି ଆପଣ ମାଆ ଲକ୍ଷ୍ମୀଙ୍କ ପାଇଁ ଶୁକ୍ରବାର ଦିନ ଉପବାସ ମଧ୍ୟ କରିପାରିବେ। ଯାହା ଦ୍ବାରା ଆପଣ ଲକ୍ଷ୍ମୀଙ୍କ କୃପା ଲାଭ କରିପାରିବେ ।
ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରିବା ସହିତ ତାଙ୍କ ପାଦପଦ୍ମରେ ମନ ରଖି ତାଙ୍କୁ ସ୍ମରଣ କଲେ ଅନେକ ସୁଫଳ ମିଳିଥାଏ ।
ଅଧିକ ପଢନ୍ତୁ ;- କୁମାର ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ର ଗ୍ରହଣ : ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି