କରୋନାର ଇଏ କି ତାଣ୍ଡବ? ମୃତଦେହ ସତ୍କାର କରିବାକୁ ମିଳୁନି ଯାଗା, ଗଙ୍ଗା ନଦୀରେ ଭାସୁଛି ଶହ ଶହ କୋଭିଡ୍ ରୋଗୀଙ୍କ ମୃତଦେହ
Khabar Odisha:Covid-Panic-In-Bihar-Town-As-Over-40-Bodies-Wash-Up-On-Banks-Of-Ganga

ବିହାର, ମେ ୧୦ (କବର ଓଡ଼ିଶା); ଏମିତି ଦୃଶ୍ୟ ହୁଏତ କେବେ କେହି କଳ୍ପନା ମଧ୍ୟ କରିନଥିବେ । ଏ ଚିତ୍ର ଦେଖିଲା ବେଳକୁ ହୁଏତ ଆପଣଙ୍କ ଲୋମ ଟାଙ୍କୁରି ଉଠୁଥିବା ମାତ୍ର କରୋନା ମହାମାରୀ ର କଷଣ ଯେ ପ୍ରକୃତରେ କେତେ କ୍ରୁର ତାହା ଏହି ଚିତ୍ର ରୁ ହିଁ ସ୍ପଷ୍ଟ ହେଉଛି ।

ଏ ଦୃଶ୍ୟ ହେଉଛି ବିହାରର ବକ୍ସର ଘାଟର ଯେଉଁଠି ଏବେ ଏକାଧିକ ମୃତଦେହ ନଦୀରେ ଭାସୁଥିବାର ଦେଖିବାକୁ ମିଳୁଛି । କୁହାଯାଉଛି ଶ୍ମଶାନ ଅଭାବରୁ କରୋନାରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ମୃତ ଦେହ କୁ ଏହି ଭଳି ଅମାନବୀୟ ଭାବରେ ଗଙ୍ଗା ନଦୀରେ ଭସାଇ ଦିଆଯାଉଛି ଯାହା ଭାସିଭାସି ଆସି କୂଳରେ ପହଞ୍ଚିଛି ।

ଗୋଟିଏ କି ଦୁଇଟି ନୁହେଁ ପାଖାପାଖି ୪୦ ରୁ ଅଧିକ ମୃତ ଦେହ ଏହି ଭଳି ନଦୀରେ ଭାସୁଥିବା ସ୍ଥାନୀୟ ପ୍ରଶାସନ ପାଖରୁ ସୂଚନା ମିଳିଛି । ବିହାର ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଏବେ କରୋନାର ମୃତ୍ୟୁ ସଂଖ୍ୟା ଏତେ ଅଧିକ ରହିଛି ଯେ ଶବଦାହ ପାଇଁ ଯାଗା ର ଅଭାବ ଦେଖାଦେଉଛି ଯାହା ଫଳରେ ଏହି ମୃତ ଦେହ ଗୁଡିକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ଭଳି ନଦୀରେ ଭସାଇ ଦିଆଯାଉଛି ବୋଲି ଅଭିଯୋଗ ହେଉଛି ।

ନଦୀ କୂଳରେ ଏମିତି ଗଦା ଗଦା ମୃତ ଦେହ ପଡିଥିବାର ଦେଖି ସ୍ଥାନୀୟ ଅଞ୍ଚଳରେ ଏବେ ଭୟର ବାତାବରଣ ଦେଖିବାକୁ ମିଳୁଛି । କେବଳ ଯେ ବକ୍ସର ଘାଟରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ତାହା ନୁର୍ହେ ଚାଉସିଆ ମହାଦେବ ଘାଟରେ ମଧ୍ୟ ସମାନ ଦୃଶ୍ୟ । ମୃତ ଦେହ ଗୁଡିକୁ ଦେଖିଲେ ଜଣାପଡୁଛି ଯେ ପ୍ରାୟ ୪-୫ ଦିନ ତଳୁ ଏହି ମୃତ ଦେହ ଗୁଡିକୁ ନଦୀରେ ଭସାଇ ଦିଆଯାଇଛି ଯାହା ଭାସି ଭାସି ଆସି କୂଳରେ ପହଞ୍ଚିଛି ।

ବିହାର ରେ ଏଭଳି ସ୍ଥିତି କୁ ନେଇ ଏବେ ଆତଙ୍କ ଦେଖିବାକୁ ମିଳିଛି । ପ୍ରତିଦିନ କୋଟି କୋଟି ଲୋକ ଗଙ୍ଗା ନଦୀ ଉପରେ ନିର୍ଭର କରୁଥିବା ବେଳେ ଏହି ମୃତ ଦେହ ଗୁଡିକରୁ ସଂକ୍ରମଣ ବ୍ୟାପିବାର ଭୟ ବଢିଛି । 

ତେବେ ଏଭଳି ଦୃଶ୍ୟ କେବଳ ବିହାର ର ନୁହେଁ ଉତ୍ତରପ୍ରଦେଶରେ ମଧ୍ୟ ଦେଖାଯିବା ଆରମ୍ଭ ହୋଇଛି । ଦନୀରେ ଡର୍ଜନ ଡର୍ଜନ କରୋନା ରୋଗୀଙ୍କ ମୃତ ଦେହ ଭାସିବାର ଦୃଶ୍ୟ ହିଁ ବୟାନ୍ କରୁଛି କରୋନାର ପ୍ରକୃତ କଷଣ ।

  • Tags:

Subscribe

National International State Sports Entertainment