ଫର୍ଚ୍ୟୁନ୍ ଇଣ୍ଡିଆ ମାଗାଜିନ୍‌ରେ ସ୍ଥାନ ପାଇଲେ ୪ ଓଡ଼ିଆ, ସର୍ବ କନିଷ୍ଠ ସମର ପ୍ରତାପ
Khabar Odisha:4-from-Odisha-feature-in-Fortune-India-magazine-Samar-Pratap-Nayak-youngest-to-achieve-feat
ଖବର ଓଡିଶା : 06/05/2023

ଚାକିରି ପଛରେ ନ ଦୌଡ଼ି ‘ଷ୍ଟାର୍ଟ ଅପ୍‌’ରେ ଦକ୍ଷତା ପ୍ରତିପାଦିତ କରି ନିଜ ପରିଚୟ ସୃଷ୍ଟି କରିବାକୁ ଯୁବ ପିଢ଼ିଙ୍କୁ ଆହ୍ୱାନ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଅଧିକରୁ ଅଧିକ ଯୁବପିଢ଼ିଙ୍କ କ୍ଷେତ୍ରରେ ଷ୍ଟାର୍ଟଅପ୍ ପାଇଁ କିଭଳି ଆଗ୍ରହ ସୃଷ୍ଟି ହେବ ସେଥିପାଇଁ ମଧ୍ୟ ଅନେକ ବ୍ୟବସ୍ଥା କରିବା ସହ ଅନେକ ସରକାରୀ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ପ୍ରଧାନମନ୍ତ୍ରୀଙ୍କ ଏପରି ଚିନ୍ତାଧାରାରେ ଉତ୍ସାହିତ ହେଉଥିବା ଯୁବପିଢ଼ି ଏବେ ଷ୍ଟାର୍ଟ ଅପ୍‌ ପ୍ରତି ଖୁବ୍‌ ଆକୃଷ୍ଟ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ବହୁ ଜଣ ନିଜ ସଫଳତାକୁ ପ୍ରତିପାଦିତ କରି ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରି ପାରିଛନ୍ତି l 

ତେବେ ଏହାରି ଭିତରେ ଓଡ଼ିଶାର ୪ ଯୁବ ଉଦ୍ୟୋଗପତି ଏବେ ବେଶ ଚର୍ଚ୍ଚାରେ ଅଛନ୍ତି । ସେମାନେ ହେଲେ ଅଲିଭ୍ ରିଡ୍‌ଲେ ମିଡିଆର ଫାଉଣ୍ଡର ସମର ପ୍ରତାପ ନାୟକ,  ଫାଲକନ୍‌ ଡାଇରେକ୍ଟର ପାର୍ଥଜିନ୍‌ ପଟ୍ଟନାୟକ, ଅଶ୍ୱିନୀ ଗ୍ରୁପ୍ ଅଫ୍‌ ହସ୍ପିଟାଲର ଜୟ ଦାଶ ଏବଂ ସୁମା ଦାଶ । ତେବେ ଏହି ୪ ଯୁବୋଦ୍ୟୋଗୀଙ୍କ ମଧ୍ୟରେ ସର୍ବ କନିଷ୍ଠ ହେଉଛନ୍ତି ସମର ପ୍ରତାପ ନାୟକ । ଫରଚ୍ୟୁନ୍‌ ଇଣ୍ଡିଆ ମାଗାଜିନ୍‌ର ‘୪୦ ଅଣ୍ଡର ୪୦’ ସେଗ୍‌ମେଣ୍ଟରେ ସ୍ଥାନ ପାଇ ପାରିଛନ୍ତି ସମର l ଭୁବନେଶ୍ୱରର ଏକ ଘରୋଇ କଲେଜରେ ଓ IIM ଅହମ୍ମଦାବାଦରେ ମ୍ୟାନେଜମେଣ୍ଟ ପାଠ ପଢ଼ିଛନ୍ତି ସମର। ପାଠ ପଢ଼ା ସରିବା ପରେ ଜଣେ ଉଦ୍ୟୋଗପତି ହେବା ସ୍ବପ୍ନ ନେଇ ଆଗକୁ ବାଢ଼ିଥିଲେ l ତାଙ୍କ କହିବା ମୁତାବକ ଜଣେ ଉଦ୍ୟୋଗପତି କେବଳ ନିଯୁକ୍ତି ସୁଯୋଗ ସୃଷ୍ଟି କରେ ନାହିଁ ବରଂ ନିଜର ସ୍ୱାଧୀନ ଚିନ୍ତାଧାରାକୁ କାର୍ଯ୍ୟରେ ଲଗାଇବା ପାଇଁ ବଡ଼ ସୁଯୋଗ ପାଇଥାଏ ବୋଲି ତାଙ୍କର ବିଶ୍ୱାସ।

ସମର ପାଠ ପଢ଼ା ସାରିବା ପରେ ପ୍ରଥମେ ବେଙ୍ଗାଲୁରରେ ବ୍ୟବସାୟ ଆରମ୍ଭ କରିଥିଲେ । ସେଠାରେ କିଛି ଦିନ ବ୍ୟବସାୟ କରିବା ପରେ ସେ ଓଡ଼ିଶା ଫେରିବାକୁ ଚାହିଁଥିଲେ । ହେଲେ ଓଡ଼ିଶାରେ ଭଲ ସୁଯୋଗ ନାହିଁ ଏବଂ କୁଶଳି କର୍ମଚାରୀ ମିଳିବେ ନାହିଁ, ଏଭଳି ବିଭିନ୍ନ ନକରାତ୍ମକ କଥା ତାଙ୍କୁ କୁହାଯାଇଥିଲେ ମଧ୍ୟ ସେ ନିଜ ନିଷ୍ପତ୍ତିରୁ ନଓହରି ଓଡ଼ିଶା ଫେରିଥିଲେ। । ଆଉ ଓଡ଼ିଶାରେ ମଧ୍ୟ ଭଲ ବ୍ୟବସାୟ କରିହେବ ତାହା ପ୍ରମାଣିତ କରି ଦେଖାଇଛନ୍ତି ସମର । ନିଜ କମ୍ପାନୀର ନାଁ ଏପରି ରଖିବା ପଚାର କାରଣ ପଚାରିବାରୁ ସମର କହିଛନ୍ତି ଯେ, ଅଲିଭ୍‌ ରିଡ୍‌ଲେ କଇଁଛ ବର୍ଷ ସାରା ଦେଶ ବାହାରେ ରହିଥାନ୍ତି, କିନ୍ତୁ ଅଣ୍ଡାଦାନ କରିବା ବେଳେ ସେ ଘରକୁ ଫେରିଥାନ୍ତି। ତେଣୁ ମୁଁ ବି ସେମିତି ଓଡ଼ିଶା ବାହାରେ ରହି ବ୍ୟବସାୟ କରୁଥିଲି। କିନ୍ତୁ ଏବେ ନିଜ ଘରକୁ ଫେରି ଆସିଛି। ସେଥିପାଇଁ ମୋ’ ସଂସ୍ଥାର ନାଁ ଅଲିଭ୍‌ ରିଡ୍‌ଲେ ମିଡିଆ ରହିଛି।

Subscribe

National International State Sports Entertainment