ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଯେତିକି ଜୋର ଧରିଛି ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁକୁ ନେଇ ସେତିକି ଆରୋପ ପ୍ରତ୍ୟରୋପ ଲାଗି ରହିଛି । ବିଜେଡ଼ି ରାଜେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମୟରେ ସାଥିରେ ଠିଆ ହୋଇଥିବା ଦାବି କରୁଥିବା ଏହାକୁ ତାଙ୍କ ପୁଅ ଜୟ ଢୋଲକିଆ ଖଣ୍ଡନ କରିଛନ୍ତି । ଏହାରି ମଧ୍ୟରେ ରାଜେନ୍ଦ୍ରଙ୍କ ପତ୍ନୀ କଳ୍ପନା ଢୋଲକିଆ ମଧ୍ୟ ସାମ୍ନାକୁ ଆସିଛନ୍ତି । ବିଜେଡ଼ି କୌଣସି ସାହାଯ୍ୟ ସହଯୋଗ କରିନଥିବାବେଳେ ଉପ ନିର୍ବାଚନ ପ୍ରଚାରରେ ତାଙ୍କ ସ୍ୱାମୀଙ୍କ ନାଁ ଏବଂ ଫଟୋକୁ ବ୍ୟବହାର ନ କରିବାକୁ ସଫା ସଫା ମନା କରିଦେଛନ୍ତି । 
କଳ୍ପନା ଢୋଲକିଆ ଆଜି ସାମାଜିକ ଗଣମାଧ୍ୟମରେ ରାଜେନ୍ଦ୍ର ଢୋଲିକିଆଙ୍କ ଫ୍ୟାନ କ୍ଲବ୍ ପେଜ୍ ରେ ଏକ ଭିଡ଼ିଓ ଜାରି କରିଛନ୍ତି ।  ସେ ବିଜେଡ଼ିର ସମସ୍ତ ଦାବିକୁ ଖଣ୍ଡନ କରିଛନ୍ତି । କଳ୍ପନା କହିଛନ୍ତି, ମୋ ସ୍ୱାମୀ ଗୋଟିଏ ଦଳ ପାଇଁ ଦୀର୍ଘ ୨୪ ବର୍ଷ ଧରି ନିଷ୍ଠାର ସହିତ କାମ କଲେ । କିନ୍ତୁ ସେ ଯେତେବେଳେ ଶେଷ ସମୟରେ ଲଢ଼ୁଥିଲେ ସେତେବେଳେ ବିଜେଡ଼ି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିଲା ନାହିଁ କିମ୍ବା କୌଣସି ବ୍ୟବସ୍ଥା କଲା ନାହିଁ । ୨୪ ବର୍ଷ ଦେବା ପରେ ଦଳର ଏଭଳି ଅଣଦେଖା ଭାବନା ତାଙ୍କୁ ଭିତରୁ ଭାଙ୍ଗି ଦେଇଥିଲା । ତାଙ୍କର ମନୋବଳ ଭାଙ୍ଗି ଯାଇଥିଲା । ବିଜେଡ଼ିର ଅଣଦେଖା ତାଙ୍କ ମୃତ୍ୟୁର ଆଉ ଏକ କାରଣ ଅଟେ ।  
କଳ୍ପନା କିନ୍ତୁ ଦୁଃଖର ବିଷୟ ଆଜି ସେହି ଲୋକମାନେ ପାରିବାରିକ ସମ୍ପର୍କ ଉପରେ ଟିପ୍ପଣୀ ଦେଉଛନ୍ତି । ଯିଏ 24 ବର୍ଷ ସାଥ୍ ଦେଇଥିଲା, ତାଙ୍କରି ପୁଅ ଉପରେ ପ୍ରଶ୍ନ ଉଠାଇବା ଶାଳୀନତା କିମ୍ବା ସମ୍ବେଦନଶୀଳ ରାଜନୀତି ନୁହେଁ । 
କଳ୍ପନା ସଫା ସଫା କହିଛନ୍ତି, ରାଜେନ୍ଦ୍ରଙ୍କ ନାମ, ଫଟୋ ଏବଂ ତାଙ୍କ ପରିବାରର ନାମ ବ୍ୟବହାର କରିବାକୁ ଅଧିକାର କାହାକୁ ଦେଇ ନାହାଁନ୍ତି । ଏହା କେଉଁଠାରେ ବ୍ୟବହାର ହେବ କେବଳ ପରିବାରର ଅଧିକାର । ଢୋଲକିଆଙ୍କ ଫଟୋ ଏବଂ ନାମକୁ ନିଜ ରାଜନୈତିକ ପ୍ରଚାରରେ ବ୍ୟବହାର କରିବା ନୈତିକ ରୂପରେ ଭୁଲ ଅଟେ । ବିଶେଷକରି ବିଜେଡ଼ି ମନା କରିଛନ୍ତି କଳ୍ପନା । 
ଏହା ସହିତ ଜୟଙ୍କ ଉପରେ ଲାଗିଥିବା ଆରୋପକୁ ମଧ୍ୟ ମା କଳ୍ପନା ଖଣ୍ଡନ କରିଛନ୍ତି । ଜୟ ଟଙ୍କା ନେଇ ବିଜେପିରୁ ପ୍ରାର୍ଥୀ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ନୂଆପଡ଼ାର ବିକାଶ ପାଇଁ ରାଜେନ୍ଦ୍ର ଢୋଲକିଆ ଦେଖିବା ସ୍ୱପ୍ନକୁ ପୂରଣ କରିବାକୁ ଜୟ ବିଜେପିରେ ସାମିଲ ହୋଇଥିବା କହିଛନ୍ତି କଳ୍ପନା ଢୋଲକିଆ ।