ବ୍ରହ୍ମପୁର: ପଦ ଚାଲିଗଲାରୁ ମେୟରଙ୍କୁ ଧମକ ଦେଉଛନ୍ତି ପୂର୍ବତନ ନିର୍ବାହୀ ଯନ୍ତ୍ରୀ । ଏମିତି ଏକ ଅଭିଯୋଗ ଆଣିଛନ୍ତି ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ । ତାଙ୍କୁ ଫୋନରେ ଧମକ ଆସୁଛି ବୋଲି ଥାନା ଏତଲା ଦେଇଛନ୍ତି ସଂଘମିତ୍ରା ।
ଗତ ମଙ୍ଗଳବାର ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳାଇଙ୍କୁ ଏକ ଧମକ ପୂର୍ଣ୍ଣ କଲ୍ ଆସିଥିଲା । ଫୋନ୍ ଯୋଗେ ତାଙ୍କୁ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଧମକ ଦେଇଥିଲେ । ଏ ନେଇ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ ତଦନ୍ତ ଆରମ୍ଭ କରିଥିଲା ।
ଫୋନ୍ କଲ୍ ଯାଞ୍ଚରୁ ଜଣାପଡ଼ିଥିଲା ଯେ ତାହା ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ଲଳିତ ମୋହନ ଦାଶ ବୋଲି ଜଣାପଡ଼ିଥିଲା । ପୁଲିସ ଲଳିତାଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତକୁ ଆଗକୁ ବଢ଼ାଇଥିବା ଜଣାପଡ଼ିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଲଳିତ ମୋହନ ଦାଶ ଦୀର୍ଘ ବର୍ଷ ହେବ ବିଏମସିରେ ବହୁ ଗୁରୁତ୍ୱ ପୂର୍ଣ୍ଣ ଦାୟିତ୍ୱରେ କାର୍ଯ୍ୟରତ ଥିଲା । ସେ ଥିବା ପଦବୀରେ କାର୍ଯ୍ୟ ବନ୍ଦ ହୋଇଯିବାରୁ ତାଙ୍କୁ ଉକ୍ତ ଦାୟିତ୍ୱରୁ ହଟାଇ ଦିଆଯାଇଥିଲା । ଏହା ପରେ ସେ ମେୟରଙ୍କୁ ଧମକ ଦେଇଥିବା ଜଣାପଡ଼ିଛି ।