ଭୁବନେଶ୍ୱର: ନଭେମ୍ବର ଶେଷ ସପ୍ତାହରେ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ତୃତୀୟ ପର୍ଯ୍ୟାୟ ଟଙ୍କା । ଡିସେମ୍ବରରେ ଶେଷ ସୁଦ୍ଧା ଏକ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ । ଏ ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ସୂଚନା ମୁତାବକ, ନଭେମ୍ବର ଶେଷ ସୁଦ୍ଧା ୨୦ ଲକ୍ଷରୁ ଅଧିକ ସୁଭଦ୍ରା ହିତାଧିକାରୀଙ୍କୁ ତୃତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯାଇଛି । ଡିସେମ୍ବରରେ ଶେଷ ସୁଦ୍ଧା ଏକ କୋଟିରୁ ୨ ଲକ୍ଷ ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି ଟଙ୍କା ମିଳିବ ।
ସେପଟେ ଅଯୋଗ୍ୟ ଘୋଷିତ ହୋଇଥିବା ହିତାଧୀକାରୀଙ୍କ ଯାଞ୍ଚ ପାଇଁ କମିଟି ଗଠନ କରାଯାଇଛି । ଏନେଇ ଗତକାଲି ବିଭାଗର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁଭଦ୍ରା ଯୋଜନାରେ ଅଯୋଗ୍ୟ ଘୋଷିତ ହେଇଥିବା ୨ ଲକ୍ଷ ୬୭ ହଜାର ରିଜେକ୍ଟ ଲିଷ୍ଟ ଉପରେ ଏହି ବୈଠକରେ ଆଲୋଚନା ହୋଇଛି । ଆବେଦନ ଗୁଡ଼ିକର ପୁନଃ ଯାଞ୍ଚ ପାଇଁ ବିଡ଼ିଓଙ୍କୁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ୱ ଦିଆଯାଇଛି । ଜିଲ୍ଲା ସ୍ତରରେ ତହସିଲଦାର ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନେଇ ତିନି ଜଣିଆ କମିଟି ଯାଞ୍ଚ କରିବେ । ଖାରଜ ହୋଇଥିବା ହିତାଧିକାରୀଙ୍କୁ ଅଙ୍ଗନବାଡ଼ି କର୍ମୀଙ୍କ ମାଧ୍ୟମରେ ନୋଟିସ ଜାରି କରାଯିବ ।
ସେହିପରି ଜମି ଆଧାରରେ ଯେଉଁମାନଙ୍କୁ ଯୋଜନାରୁ ବାଦ ଦିଆଯାଇଛି । ତହସିଲଦାର ଓ ଆରଆଇଙ୍କ ଦ୍ଵାରା ଆଉ ଥରେ ଯାଞ୍ଚ କରାଯିବ । ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ଆବେଦନ ମଧ୍ୟରୁ ଜମି ଆଧାରରେ ଖାରଜ ହୋଇଥିବା ହିତାଧିକାରୀଙ୍କ ସଂଖ୍ୟା ଅଧିକ ରହିଛି ।
ସେହିପରି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବ୍ୟାଙ୍କ ଆକାଉଣ୍ଟକୁ ନେଇ ଯେଉଁମାନଙ୍କୁ ବାଦ ଦିଆଯାଇଛି ସେମାନେ ବ୍ୟାଙ୍କ ସହିତ ଯୋଗାଯୋଗ କରି ବ୍ୟାଙ୍କ ସ୍ପଷ୍ଟୀକରଣ ଦାଖଲ କରିବେ । ଅନ୍ୟପକ୍ଷରେ ଅଙ୍ଗନବାଡି କର୍ମୀ ଏବଂ ଏମବିକେମାନଙ୍କୁ ସରକାରୀ ଚାକିରିଆ ଭାବେ କଟା ଯାଇଛି ସେମାନଙ୍କର ମଧ୍ୟ ଯାଞ୍ଚ କରାଯାଇ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି।