ଭୁବନେଶ୍ୱର: ବିଜେଡ଼ି ଭିତରେ ବିଶୃଙ୍ଖଳା ରାଜ୍ୟବାସୀଙ୍କୁ ଆଉ ଅଛପା ନାହିଁ । ବିଗିଡ଼ିଯାଇଥିବା ବିଜେଡ଼ିକୁ ସୁଧାରିବାକୁ ଦଳର ବରିଷ୍ଠ ନେତୃବୃନ୍ଦମାନେ ଉଦ୍ୟମ ଜାରି ରଖିଛନ୍ତି । ଦଳରେ ଅବ୍ୟବସ୍ଥା ଏବଂ ଅସନ୍ତୋଷ ଥିବା କହିଛନ୍ତି ଦଳୀୟ ବିଧାୟକ ବଦ୍ରି ନାରାୟଣ ପାତ୍ର ।
ବଦ୍ରି କହିଛନ୍ତି ଯେ ସେ ଦଳରେ ଅଛି, କିନ୍ତୁ ଅସନ୍ତୁଷ୍ଟ ଅଛନ୍ତି । ଦଳରେ କିଛିଟା ସୁଧାର ଚାହୁଁଛୁ । ସେ ସୁଧାର ଆସିଲେ ଦଳରେ ଅଗ୍ରଗତି ହେବ, ଲୋକଙ୍କ ଆଗ୍ରହ ବଢ଼ିବ । ଏଥିପାଇଁ ଉଦ୍ୟମ ଜାରି ରହିଛି । ଦଳରେ ଢାଞ୍ଚା ଏବଂ ଅବ୍ୟବସ୍ଥା ନେଇ ଦଳର ସୁପ୍ରିମୋ କିଛି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ ଆଶା ରଖିଛନ୍ତି ।