ଲୋକଙ୍କ ପ୍ରତି ଥିବା ଭରସା ମୋ ହାରିବାର କାରଣ : ମହେଶ୍ୱର ମହାନ୍ତି
Khabar Odisha:state-odisha-maheswar-mohanty-byte
ଭୁବନେଶ୍ୱର, ମଇ ୨୫ (ଖବର ଓଡିଶା) :

 ପୁରୀ ବିଧାନସଭା ଆସନରୁ କ୍ରମାଗତ ଭାବେ ବିଜେଡିରୁ ୫ଥର ନିର୍ବାଚନ ଜିତି ଥିବା ମହେଶ୍ୱର ମହାନ୍ତି ଚଳିତ ନିର୍ବାଚନରେ ପରାଜୟର ସ୍ୱାଦ ଚାଖିଛନ୍ତି । ବିଜେପିରୁ ଜୟନ୍ତ କୁମାର ଷଡଙ୍ଗୀ ତାଙ୍କୁ ୩୯୦୨ ଭୋଟରେ ମାତ୍ ଦେଇଛନ୍ତି  । ତେବେ ଆଶ୍ଚର୍ଯ୍ୟର ବିଷୟ ଏହାକି ୧୯୯୫ରୁ ୨୦୧୪ ପର୍ଯ୍ୟନ୍ତ ଜିତି ଆସିଥିବା ମହେଶ୍ୱରଙ୍କ ଗଡ କୁହାଯାଉଥିବା ଆସନରୁ ସେ ହାରିଛନ୍ତି । ନିଜ ପରାଜୟକୁ ନେଇ ଏବେ ମହେଶ୍ୱର ୩ଟି କାରଣ ଦର୍ଶାଇଛନ୍ତି । 

ମହେଶ୍ୱର କହିଛନ୍ତି କି, ନିଜ ଉପରେ ଥିବା ଗଭୀର ଆତ୍ମବିଶ୍ୱାସ ମୋ ପରାଜୟର କାରଣ ହୋଇଛି । ଲୋକଙ୍କ ପ୍ରତି ଥିବା ଭରସା ମଧ୍ୟ ମୋ ହାରିବାର ଅନ୍ୟତମ କାରଣ । ଏତଦ୍ ବ୍ୟତୀତ କଂଗ୍ରେସର ଦୁର୍ବଳ ପ୍ରାର୍ଥୀ ମୋର ପରାଜୟର ମଧ୍ୟ ଆଉ ଏକ କାରଣ । 

Subscribe

National International State Sports Entertainment