ଦଳ ବିରୁଦ୍ଧରେ ବିଦ୍ରୋହ କରିବା ପଡିଲା ମହଙ୍ଗା, କ୍ରାସ ହୋଇଗଲା ପାଇଲଟଙ୍କ ବିମାନ
Khabar Odisha:rajasthan-political-crisis-sachin-pilot-pilot-camp-removed-from-ministerial-berth-also-removed-from-pcc-chief
ଜୟପୁର, ଜୁଲାଇ ୧୪( ଖବର ଓଡ଼ିଶା):

ଦଳ ବିରୁଦ୍ଧରେ ବିଦ୍ରୋହ କରିବା ମହଙ୍ଗା ପଡିଲା ସଚିନ ପାଇଲଟଙ୍କୁ । କଂଗ୍ରେସ ଦଳ ସଚିନ ପାଇଲଟଙ୍କୁ ରାଜ୍ୟ ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇଛନ୍ତି । ଏହା ଛଡା ପାଇଲଟଙ୍କୁ ସମର୍ଥନ କରୁଥିବା ମନ୍ତ୍ରୀ ବିଶ୍ୱନ୍ଦ୍ର ସିଂ ଏବଂ ରମେଶ ମୀନାଙ୍କୁ ମଧ୍ୟ ରାଜ୍ୟ କ୍ୟାବିନେଟରୁ ହଟାଇ ଦିଆଯାଇଛି।

ସଚିନ ପାଇଲଟ ଏବଂ ତାଙ୍କ ସହ ଥିବା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଧାନସଭା ବିଧାୟକ ଦଳର ବୈଠକରେ ଏହି ସଂକଳ୍ପ ପାରିତ ହୋଇଛି । ବିଧାୟକମାନେ ହାତ ଉଠାଇ ଏହି ସଂକଳ୍ପ ପ୍ରତି ସମର୍ଥନ ପ୍ରଦାନ କରି ଏହାକୁ ପାରିତ କରିଛନ୍ତି, ଏହି ପ୍ରସ୍ତାବ ଶୃଙ୍ଖଳା କମିଟି ନିକଟକୁ ପଠାଯିବା ପରେ ଶୃଙ୍ଖଳା କମିଟି ନିଜ ନିଷ୍ପତି ନେଇଥିବା ଜଣାପଡିଛି ।

  • Tags:

Subscribe

National International State Sports Entertainment