ଭୁବନେଶ୍ୱର: ଏଫ୍ ଏମ୍ ସ୍ୱୟଂଶାସିତ ମହାବିଦ୍ୟାଳୟର ମୃତ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ବାପାଙ୍କ ସହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଫୋନ୍ ଯୋଗେ କଥା ହୋଇଛନ୍ତି । ଏ ନେଇ ରାହୁଲ ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ।
ରାହୁଲ କହିଛନ୍ତି ଯେ ନ୍ୟାୟ ପାଇଁ ପ୍ରାଣ ହରାଇଥିବା ସାହସୀ ଝିଅର ବାପାଙ୍କ ସହ କଥା ହେଲି । ତାଙ୍କ କଣ୍ଠରେ ଝିଅର ଯନ୍ତ୍ରଣା, ସ୍ୱପ୍ନ ଏବଂ ସଂଘର୍ଷ ଅନୁଭବ କଲି । ସୌମ୍ୟଶ୍ରୀଙ୍କ ବାପାଙ୍କୁ ଆଶ୍ୱସନା ଦେବା ସହିତ କଂଗ୍ରେସ ଦଳ ଏବଂ ମୁଁ ପ୍ରତ୍ୟେକ ପଦକ୍ଷେପରେ ତାଙ୍କ ସହିତ ଅଛୁ । ଯାହା ଘଟିଛି ତାହା କେବଳ ଅମାନବୀୟ ଏବଂ ଲଜ୍ଜାଜନକ ନୁହେଁ ବରଂ ସମଗ୍ର ସମାଜ ପାଇଁ ଏକ କ୍ଷତ ବୋଲି କହିଛନ୍ତି ରାହୁଲ । ଯେକୌଣସି ମୂଲ୍ୟରେ ପୀଡିତାଙ୍କ ପରିବାର କିପରି ସମ୍ପୂର୍ଣ୍ଣ ନ୍ୟାୟ ପାଇବେ ସେଥିପାଇଁ ସୁନିଶ୍ଚିତ କରିବା ଦରକାର ।