ହିନ୍ଦୀକୁ ନେଇ ଲଢେଇ: ହାସନ କହିଲେ- କୌଣସି ଶାହା, ସୁଲତାନ କି ସମ୍ରାଟ ଏହାକୁ ଭାଙ୍ଗି ପାରିବେ ନାହିଁ
Khabar Odisha:politics-odisha-kamal-hassan-releases-video-against-one-nation-one-language-taking-jibe-at-amit-shah
ଚେନ୍ନାଇ,ସେପ୍ଟେମ୍ବର୧୬(ଖବର ଓଡ଼ିଶା):

ଅଭିନେତାରୁ ନେତା ହୋଇଥିବା କମଲ ହାସନ ସୋମବାର କେନ୍ଦ୍ର ସରକାରଙ୍କୁ ‘ଗୋଟିଏ ଦେଶ, ଗୋଟିଏ ଭାଷା’କୁ ପ୍ରୋତ୍ସାହନ ଦେବା ବିରୋଧରେ ଚେତାବନୀ ଦେଇଛନ୍ତି। ଏକ ଭିଡ଼ିଓ ଜାରି କରି କମଲ ହାସନ ପରୋକ୍ଷ ଭାବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଉପରେ ହମଲା କରିଛନ୍ତି। ସେ କହିଛନ୍ତି ଯେ ୧୯୫୦ରେ ‘ଅନେକତାରେ ଏକତା’  ପ୍ରତିଶ୍ରୁତି ସହ ଗଣତନ୍ତ୍ରର ନିର୍ମାଣ ହୋଇଥିଲା ଏବଂ ଏବେ କୌଣସି ଶାହା, ସୁଲତାନ କିମ୍ବା ସମ୍ରାଟ ଏହାକୁ ଭାଙ୍ଗି ପାରିବେ ନାହିଁ। ଉଲ୍ଲେଖଯୋଗ୍ୟ, ଅମିତ୍ ଶାହା ହିନ୍ଦୀ ଦିବସରେ ‘ଗୋଟିଏ ଦେଶ, ଗୋଟିଏ ଭାଷା’କୁ ନେଇ ଯୁକ୍ତି ବାଢିଥିଲେ।

ଭିଡ଼ିଓରେ କମଲ କହିଛନ୍ତି ଯେ ସେ ସମସ୍ତ ଭାଷାକୁ ସମ୍ମାନ କରନ୍ତି ମାତ୍ର ତାଙ୍କର ମାତୃଭାଷା ସର୍ବଦା ତାମିଲ  ହିଁ ରହିବ। ମକ୍କଲ ନିଧି ମୟମର ଅଧ୍ୟକ୍ଷ ହାସନ ସୋମବାର ନିଜର ଟ୍ଵିଟର  ହ୍ୟାଣ୍ଡେଲରେ ଏକ ଭିଡ଼ିଓ ପୋଷ୍ଟ କରିଥିଲେ। ଏଥିରେ ସେ ଆକ୍ରମଣାତ୍ମକ ଶୈଳୀରେ କହିଛନ୍ତି ଯେ ଏଥର ପୁଣି ଥରେ ଗୋଟିଏ ଭାଷାକୁ ନେଇ ଆନ୍ଦୋଳନ ହେବ ଏବଂ ଏହା ଜଲ୍ଲିକଟୁ ଆନ୍ଦୋଳନଠୁ ବି ବହୁତ ବଡ଼ ହେବ। ସେ ଏହା ମଧ୍ୟ କହିଛନ୍ତି  ଭାରତ କିମ୍ବା ତାମିଲନାଡ଼ୁକୁ ଏମିତି ଯୁଦ୍ଧର ଆବଶ୍ୟକତା ନାହିଁ। 

ଅନେକ ଗୁଣ ବଡ଼ ହେବ ଆନ୍ଦୋଳନ

ସେ କହିଛନ୍ତି ଜଲ୍ଲିକଟୁ ତ କେବଳ ବିରୋଧ ପ୍ରଦର୍ଶନ ଥିଲା। ଆମର ଭାଷା ପାଇଁ ଲଢେଇ ଏହାଠୁ ଅନେକ ଗୁଣ ଅଧିକ ହେବ। ରାଷ୍ଟ୍ରଗାନ ମଧ୍ୟ ବାଂଲାରେ ହୋଇଥାଏ, ତାଙ୍କ ମାତୃଭାଷାରେ ନୁହଁ। ସେ ଯେଉଁ ଭାଷାର ପ୍ରତୀକ, ସେହି କାରଣରୁ ଆମେ ଜାତୀୟ ସଙ୍ଗୀତ ଗାନ କରିଥାଉ। କାରଣ ଯେଉଁ ବ୍ୟକ୍ତି ଏହାକୁ ଲେଖିଥିଲେ ସେ ପ୍ରତ୍ୟେକ ଭାଷାର ମହତ୍ଵ ବୁଝୁଥିଲେ ଏବଂ ସମ୍ମାନ କରୁଥିଲେ। କମଲ କହିଛନ୍ତି ଭାରତ ଏକ ସଂଘ ଓ ଏଠାରେ ସମସ୍ତେ ସୌହାର୍ଦ୍ଦ୍ୟର ସହ ଏକାଠି ବସନ୍ତି ଏବଂ ଖାଆନ୍ତି। ଆମକୁ ବଳପୂର୍ବକ ଖୁଆଯାଇ ପାରିବ ନାହିଁ। 

ଶାହାଙ୍କ ବିରୋଧରେ ଦକ୍ଷିଣ ଭାରତୀୟ ପାର୍ଟି

ଉଲ୍ଲେଖଯୋଗ୍ୟ, ହିନ୍ଦୀ ଦିବସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ‘ଗୋଟିଏ ଦେଶ, ଗୋଟିଏ ଭାଷା’ ସିଦ୍ଧାନ୍ତର ପକ୍ଷ ନେବା ପରେ ଏବେ ଦକ୍ଷିଣ ଭାରତର ରାଜନୈତିକ ଦଳଗୁଡ଼ିକର ଏହାର ତୀବ୍ର  ବିରୋଧ କରିଛନ୍ତି। ତାମିଲନାଡୁର ପ୍ରମୁଖ ପାର୍ଟି ଦ୍ରାବିଡ଼ ମୁନେତ୍ରା କଝଗମ(ଡିଏମକେ)ର ନେତା ଏମକେ ଷ୍ଟାଲିନ କେନ୍ଦ୍ର ସରକାରଙ୍କ ଉପରେ ଆରୋପ ଲଗାଇ କହିଛନ୍ତି ଯେ ସରକାର ନିଜର ନୀତିରେ ତାମିଲନାଡୁ ସହିତ ଭେଦଭାବ କରୁଛନ୍ତି। ଏଠାକାର ଲୋକଙ୍କ ଉପରେ ବଳପୂର୍ବକ ହିନ୍ଦୀ ଭାଷା ଥୋପା ଯାଉଛି। ଷ୍ଟାଲିନ ଏହି ପ୍ରସଙ୍ଗରେ ବିରୋଧୀ ଦଳକୁ ଏକ ସଙ୍ଗେ ଆସିବା ଓ କେନ୍ଦ୍ରକୁ ବିରୋଧ କରିବାକୁ ଦାବି ଆହ୍ଵାନ ଦେଇଛନ୍ତି।

Subscribe

National International State Sports Entertainment