ମୋର ଜିଲାପି ଖାଇବାରେ ଯଦି ପ୍ରଦୂଷଣ ବଢ଼ିଛି, ତେବେ ମୁଁ ସବୁ ଦିନ ଲାଗି ଖାଇବା ଛାଡ଼ି ଦେବି: ଗମ୍ଭୀର
Khabar Odisha:politics-odisha-gautam-gambhir-lashes-out-on-aap-says-pollution-is-important-but-i-was-contractually-bound
ନୂଆଦିଲ୍ଲୀ, ନଭେମ୍ବର୧୮(ଖବର ଓଡ଼ିଶା):

ପୂର୍ବ ଦିଲ୍ଲୀର ବିଜେପି ସାଂସଦ ଗୌତମ ଗମ୍ଭୀର ପ୍ରଦୂଷଣ ବୈଠକରେ ସାମିଲ ନହେବା ନେଇ ଜାରି ବିବାଦ ଉପରେ ଆଜି ପ୍ରତି ଜବାବ ଦେଇଛନ୍ତି। ବିଜେପି ସାଂସଦ ଆପ୍ ଉପରେ ହମଲା କରି କହିଛନ୍ତି ଯେ, ମୁଁ ଜଣେ ପିତା ଏବଂ ମୋତେ ବେଶ୍ ଭଲ ଭାବେ ଜଣା ଯେ ପ୍ରଦୂଷଣରେ କଣ ପ୍ରଭାବ ପଡ଼ିଥାଏ। ଆମ୍ ଆଦମୀ ପାର୍ଟି(ଆପ୍)ର ଆରୋପ ଉପରେ ଜବାବ ଦେଇ ସେ କହିଛନ୍ତି ଯେ, ମୁଁ ତାଙ୍କର ପ୍ରାର୍ଥୀଙ୍କୁ ହରାଇଛି। ତେଣୁ ସେମାନେ ତେବେଠୁ ମୋ ବିରୋଧରେ ଶସ୍ତା ରାଜନୀତି କରୁଛନ୍ତି। ଜିଲାପି ଖାଇବାର ଫଟୋ  ପୋଷ୍ଟ କରିବ ଉପରେ ଗମ୍ଭୀର କହିଛନ୍ତି ଯେ, ଜିଲାପି ନଖାଇଲେ ଯଦି ପ୍ରଦୂଷଣ ହ୍ରାସ ପାଉଛି ତେବେ ମୁଁ ଜିଲାପି ଖାଇବା ଛାଡ଼ି ଦେବି। 

ବିଜେପି ସାଂସଦ କହିଛନ୍ତି ଯେ, ପ୍ରଦୂଷଣ ଉପରେ ବୈଠକ ମହତ୍ଵପୂର୍ଣ୍ଣ ଥିଲା ଏବଂ ଏହାକୁ ମୁଁ ହୃଦବୋଧ କରି ପାରୁଛି। ମାତ୍ର ମୁଁ ନିଜର କଣ୍ଟ୍ରାକ୍ଟରେ ବାନ୍ଧି ହୋଇ ଯାଇଥିଲି। ମୁଁ ଜାନୁଆରୀରେ ଚ୍ୟାନେଲ ସହ ଚୁକ୍ତି କରିଥିଲି ଏବଂ ଏପ୍ରିଲରେ ରାଜନୀତି ଆରମ୍ଭ କଲି।  ଚୁକ୍ତି କାରଣରୁ କମେଟ୍ରି କରିବା ମୋ ପାଇଁ ବାଧ୍ୟତାମୂଳକ ଥିଲା। ନଭେମ୍ବର ୧୧ରେ ମୋତେ ମେଲ୍ ମିଳିଥିଲା ଏବଂ ସେହି ଦିନ ବୈଠକରେ ସାମିଲ ହେଉନଥିବାର କାରଣ ମଧ୍ୟ ଜଣାଇ ଦେଇଥିଲି। 

ଲୋକସଭା ନିର୍ବାଚନ ସମୟରେ ପୂର୍ବ ଦିଲ୍ଲୀରୁ ପ୍ରାର୍ଥୀ ଆତିଶିଙ୍କ ବିଷୟରେ ବିବାଦୀୟ ପୋଷ୍ଟରକୁ ନେଇ ଆପ୍ ଓ ଗମ୍ଭୀର ସାମ୍ନାସାମ୍ନି  ହୋଇଥିଲେ। ସେହି ପ୍ରସଙ୍ଗକୁ ଉଲ୍ଲେଖ କରି ଗମ୍ଭୀର କହିଛନ୍ତି ଯେ, ସର୍ବ ପ୍ରଥମେ ଆପକୁ ମୋର ଜିଲାପି ଖାଇବାରେ ଅସୁବିଧା ନାହିଁ, ମୋର ବୈଠକରେ ସାମିଲ ନହେବାରେ ଅସୁବିଧା ନାହିଁ। ସେମାନଙ୍କୁ କେବଳ ଏହା ଅସୁବିଧା ଯେ ମୁଁ ତାଙ୍କର ପ୍ରାର୍ଥୀଙ୍କୁ ହରାଇଛି। ମୁଁ ରାଜନୀତିରେ ଯୋଗ ଦେବା ସହିତ ସେମାନେ ମୋ ବିରୋଧରେ ଅଭିଯାନ ଆରମ୍ଭ କରି ଦେଇଥିଲେ।  ପ୍ରଥମେ ଭୋଟର ପରିଚୟ ପତ୍ର ଆରୋପ ଲଗାଇ ମୋ ବିରୋଧରେ ଏଫଆଇଆର ରୁଜୁ କଲେ।

Subscribe

National International State Sports Entertainment