ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି କଂଗ୍ରେସ କନ୍ଦଳ, ସମର୍ଥକଙ୍କ ସହ ଧାରଣାରେ ଇତୀଶ୍‌
Khabar Odisha:politics-Odisha--congress-Heated-argument-ensues-between-two-groups-Itish-Pradhan--dharna-alleging-misbehaviour
ଭୁବନେଶ୍ୱର, ଜାନୁଆରୀ ୧୭ (ଖବର ଓଡ଼ିଶା):

ଭୁବନେଶ୍ୱର, ଜାନୁଆରୀ ୧୭ (ଖବର ଓଡ଼ିଶା): କଂଗ୍ରେସ ଭବନ ଆଗରେ ହାଇ ଭୋଲଟେଜର ଡ୍ରାମା । ପଦାରେ ପଡ଼ିଲା କଂଗ୍ରେସର ଗୋଷ୍ଠୀ କନ୍ଦଳ । ସାଧାରଣ ନିର୍ବାଚନ ପରବତ୍ତୀ ସମୀକ୍ଷା ବୈଠକରେ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ କଥା କଟାକଟିରୁ ଦେଖାଦେଇଛି ଉତ୍ତେଜନା । କଂଗ୍ରେସ ଭବନ ପରିସରରେ ଦୁର୍ବ୍ୟବହାର ପ୍ରତିବାଦରେ ସମର୍ଥକଙ୍କ ସହ ଛାତ୍ର କଂଗ୍ରେସର ପୂର୍ବତନ ଆବାହକ ଇତୀଶ୍ ପ୍ରଧାନ ଧାରଣାରେ ବସିଛନ୍ତି । 

ଆଜି କଂଗ୍ରେସ ଭବନରେ ୨୦୧୯ ସାଧାରଣ ନିର୍ବାଚନ ପରବର୍ତ୍ତୀ ସମୀକ୍ଷା ବୈଠକ ଚାଲିଥିବା ବେଳେ ଉତ୍ତେଜନା ସୃଷ୍ଟି ହୋଇଛି । ଆଜି କଟକ ସିଟି, ଭୁବନେଶ୍ୱର ଓ ଖୋର୍ଦ୍ଧାର ବୈଠକ ରହିଛି । ତେବେ ବୈଠକରେ ୨ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଛି । ବର୍ତ୍ତମାନ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟ କେନ୍ଦ୍ର ନେତୃବୃନ୍ଦ କଂଗ୍ରେସ ଭବନ ଭିତରେ ଆଲୋଚନା କରୁଥିବା ବେଳେ ବାହାରେ ଜୋରଦାର ନାରାବାଜି ଚାଲିଛି । ଛାତ୍ର କଂଗ୍ରେସର ପୂର୍ବତନ ଆବାହକ ଇତୀଶ୍ ପ୍ରଧାନ ଓ ତାଙ୍କ ସମର୍ଥକ କଂଗ୍ରେସ ଭବନ ଆଗରେ ଧାରଣାରେ ବସିଛନ୍ତି । କଂଗ୍ରେସ ଭବନ ପରିସରରେ ଦୁର୍ବ୍ୟବହାର ପ୍ରତିବାଦରେ ସମର୍ଥକଙ୍କ ସହ ଇତୀଶ୍ ଏହି ଧାରଣା ଦେଇଛନ୍ତି ।

  • Tags:

Subscribe

National International State Sports Entertainment