ପିପିଲି ଉପନିର୍ବାଚନ ସ୍ଥଗିତ ନେଇ ଘୋଷଣା କଲେ ପୁରୀ ଅତିରିକ୍ତ ଜିଲ୍ଲାପାଳ
Khabar Odisha:pipili-by-election-canceled-by-said-puri-ADM

ପୁରୀ,୧୪ଏପ୍ରିଲ(ଖବର ଓଡିଶା); ପିପିଲି ଉପନିର୍ବାଚନ ପୁର୍ବରୁ କଂଗ୍ରେସ ପ୍ରର୍ଥୀ ଅଜିତ ମଙ୍ଗରାଜଙ୍କର ମୃତ୍ୟୁ ଯୋଗୁଁ ପିପିଲି ଉପନିର୍ବାଚନକୁ ସ୍ଥଗିତ ବୋଲି ପୁରୀ ଅତିରିକ୍ତ ଜିଲ୍ଲାପାଳ ଘୋଷଣା କରିଛନ୍ତି । ଉପନିର୍ବାଚନ ସ୍ଥଗିତ ନେଇ ସିଇଓ ଏବଂ ଇସିଆଇକୁ ଆଦେଶ କପି ପଠାଯାଇଛି ବୋଲି ସେ କହିଛନ୍ତି ।

ତେବେ ଆଜି ଅପରହ୍ନରେ ସିଇଓ ସୁଶୀଲ ଲହୋନୀ କହିଥିଲେ ଯେ ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ଆଜି କରୋନାରେ ମୃତ୍ୟୁ ପରେ ଆଶନ୍ତା ୧୭ ତାରିଖରେ ହେବାକୁ ଥିବା ଉପନିର୍ବାଚନ ବନ୍ଦ ରହିବ । ଜିଲ୍ଲା ଅଟର୍ଣ୍ଣି ଅଫିସରଙ୍କ ଠାରୁ ରିପୋର୍ଟ ପାଇବା ପରେ ନିର୍ବାଚନ ପାଇଁ ପୁଣି ଏକ ସାନି ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ନିର୍ବାଚନ କମିଶନ ସୁଶୀଲ ଲହୋନୀ କହିଥିଲେ । ଆଜି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ମୃତ୍ୟୁ ପରେ ଏକ ନୁତନ ତାରିଖରରେ ଉପନିର୍ବାଚନ ହେବ ବୋଲି ସ୍ପଷ୍ଟ ହୋଇଯାଇଛି ।

ତେବେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଅନ୍ୟ ସଦସ୍ୟଙ୍କର ପ୍ରାର୍ଥୀପତ୍ର କଏମ ରିହିବା ବେଳେ କଂଗ୍ରେସ ପାଇଁ ନୁତନ ପ୍ରର୍ଥୀ ଦେବାକୁ ସୁଯୋଗ ମିଳିବ । ଗତ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପକ୍ଷରୁ ଅଜିତ ମଙ୍ଗରାଜ ନିର୍ବାଚନ ଲଢିଥିଲା ବେଳେ ତାଙ୍କ ନେତୃତ୍ୱରେ କଂଗ୍ରେସ ପିପିଲିରେ ଅତି ଦୁର୍ବଳ ପ୍ରଦର୍ଶନ କରିଥିଲା । ତେବେ କଂଗ୍ରେସ ଦଳ ଉପନିର୍ବାଚନରେ ତାଙ୍କ ଉପରେ ପୁଣି ଆସ୍ଥା ଦେଖାଇଥିଲା ବେଳେ ନିର୍ବାଚନୀ ପ୍ରଚାର ସମୟରେ ସେ କରୋନାରେ ଆକ୍ରାନ୍ତ ହୋଇ ଆଜି ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନରେ ମୃତ୍ୟୁ ବରଣ କରିଛନ୍ତ ।

  • Tags:

Subscribe

National International State Sports Entertainment