ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି । ବ୍ଲକର ୧୪ ଜଣ ସଦସ୍ୟ ଏହି ଅନାସ୍ଥା ଆଗତ କରିଛନ୍ତି । ୧୮ ଗୋଟି ପଞ୍ଚାୟତ ବିଶିଷ୍ଟ ଭୁବନ ବ୍ଲକରେ ବିଭିନ୍ନ ଦୁର୍ନୀତି ଏବଂ ସରକାରୀ ଯୋଜନାକୁ ନେଇ ପକ୍ଷପାତିତା କରାଯାଉଥିବା ଅଭିଯୋଗ ହୋଇଛି । ୫ ଦଫା ଅଭିଯୋଗ ପତ୍ର ସହ ୧୪ ଜଣ ପଞ୍ଚାୟତ ସମିତି ସଦସ୍ୟ ଏବଂ ସଦସ୍ୟା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନାସ୍ଥା ପତ୍ର ପ୍ରଦାନ କରାଯାଇଛି । ଆଗାମୀ ଦିନରେ ସିପ୍ରା ବରାଳଙ୍କୁ ଗାଦି ଚ୍ୟୁତ କରିବାକୁ ସେମାନେ ଦାବି କରିଛନ୍ତି ।