ଦିଲ୍ଲୀ ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ଜାରି, ଆଗରେ ଚାଲିଛି ଆପ୍
Khabar Odisha:national-political-odisha-delhi-vidhan-sabha-chunav-2020-results-live-updates
ନୂଆଦିଲ୍ଲୀ, ଫେବୃଆରୀ ୧୧ (ଖବର ଓଡ଼ିଶା) :

ଗତ ୮ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ତେବେ ଖବର ଲେଖାଯିବା ସୁଦ୍ଧା ଆପ୍ ବୁଥ୍ ଆଗରେ ରହିଛି। ୭୦ଟି ବିଧାନସଭା ଆସନରୁ ୫୦ଟିରେ ଆପ୍ ଆଗରେ ରହିଥିବା ବେଳେ ବିଜେପି ୨୦ଟି ଆସନରେ ଆଗରେ ରହିଛି। ସେହି ସମୟରେ କଂଗ୍ରେସ ପଛରେ ରହିଛି। 

ନିର୍ବାଚନ ଆୟୋଗ ମୁତାବକ, ଆମ ଆଦମୀ ପାର୍ଟି ୩୨ଟି ଆସନରେ ଆଗରେ ଅଛି ଏବଂ ବିଜେପି ୧୬ଟି ଆସନରେ ଆଗରେ ଅଛି। ଭୋଟ୍ ପ୍ରତିଶତରେ ୧୦ ପ୍ରତିଶତର ଅନ୍ତର ରହିଛି। 

Subscribe

National International State Sports Entertainment