ମଧ୍ୟପ୍ରଦେଶ ରାଜନୀତି ଡ୍ରାମା, ଦିଗବିଜୟ ସିଂହଙ୍କୁ ଲାଗିଲା କର୍ଣ୍ଣାଟକ ହାଇକୋର୍ଟର ଝଟକା ଖାରଜ ହେଲା ଆବେଦନ
Khabar Odisha:madhya-pradesh-crisis-digvijay-singh-karnataka-high-court-supreme-court-seeking-permission-mla
ବାଙ୍ଗାଲୁରୁ, ମାର୍ଚ୍ଚ ୧୮ (ଖବର ଓଡ଼ିଶା):

ମଧ୍ୟପ୍ରଦେଶରେ ଦେଖା ଦେଇଥିବା ରାଜନୈତିକ ସଙ୍କଟ ଏବେ ଚରମ ସୀମାରେ ପହଁଞ୍ଚିଛି । ବେଙ୍ଗାଲୁରୁ ରିସୋର୍ଟରେ ଥିବା କଂଗ୍ରେସର 16 ବାଗୀ ବିଧାୟକଙ୍କୁ ମନାଇବା ନିମନ୍ତେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ବେଙ୍ଗାଲୁରୁରେ ଯାଇଁ ପହଁଞ୍ଚିଛନ୍ତି । ତେବେ ବାଗୀ ବିଧାୟକ ମାନେ ତାଙ୍କ ସହ ଭେଟ କରିବା ପାଇଁ ମନା କରିବାରୁ କୋର୍ଟର ଆଶ୍ରୟ ନେଇଛନ୍ତି ଦିଗବିଜୟ । 

ଏ ନେଇ ଦିଗବିଜୟଙ୍କ ପକ୍ଷରୁ କର୍ଣ୍ଣାଟକ ହାଇକୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା ଓ ଆବେଦନରେ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା କି ବାଗୀ ବିଧାୟକ ମାନଙ୍କ ସହ ତାଙ୍କ ସାକ୍ଷାତ କରିବା ପାଇଁ ଅନୁମତି ଦିଆଯାଉ ହେଲେ କର୍ଣ୍ଣାଟକ କୋର୍ଟ ଦିଗବିଜୟଙ୍କ ଏହି ଆବେଦନକୁ ଖାରଜ କରିଦେଇଛନ୍ତି । ଏହା ସହ ଆସନ୍ତା ମାର୍ଚ୍ଚ 26 ତାରିଖ ଦିନ ମାମଲା ପରବର୍ତ୍ତୀ ଶୁଣାଣି ହେବା ନେଇ ତାରିଖ ଧାର୍ଯ୍ୟ କରିଛନ୍ତି ।

ହାଇକୋର୍ଟରୁ ନିରାଶ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା । ତାଙ୍କ ପ୍ରତିକ୍ରିୟାରେ ଦିଗବିଜୟ କହିଛନ୍ତି ଯେ ସେ ଜଣେ ରାଜ୍ୟସଭା ସାଂସଦ ଓ ତାଙ୍କୁ ତାଙ୍କ ଦଳର ବିଧାୟକ ମାନଙ୍କ ସହ ଭେଟ କରିବାର ସୁଯୋଗ ଦିଆଯାଉନାହିଁ । ତେବେ କର୍ଣ୍ଣାଟକ ହାଇକୋର୍ଟଙ୍କ ଏହି ରାୟକୁ ଆମେ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିବୁ । ସୁପ୍ରିମକୋର୍ଟରେ ଯେଉଁ ପର୍ଯ୍ୟନ୍ତ ମାମଲାର କୌଣସି ଶୁଣାଣି ନକରିଛନ୍ତି ସେପର୍ଯ୍ୟନ୍ତ ମୁଁ ଅନଶନରେ ବସିବି ।

  • Tags:

Subscribe

National International State Sports Entertainment