ନୂଆପଡା: ନୂଆପଡା ଉପନିର୍ବାଚନର ଆଜି ପ୍ରଚାରର ଶେଷ ଦିନରେ ଜୋରଦାର ପ୍ରଚାର ଚାଲିଛି । ଏହି ସୟରେ ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆୟକର ଚଢାଉ କରିଥିବା ନେଇ ଖବର ଆସିଛି। କୋମନା ବାସଭବନରେ ଆୟକର ବିଭାଗର ଚଢାଉ ଜାରି ରହିଛି । କୋମନା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଥିଲେ ମନୋଜ । ଏବେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅଛନ୍ତି ମନୋଜ । ପୂର୍ବରୁ ନୂଆପଡା ଜିଲ୍ଲା ବିଜେଡି ସଭାପତି ଥିଲେ ମନୋଜ ମିଶ୍ର । ତେବେ କାହିଁକି ଏହି ଚଢାଉ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।