ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ଶୁକ୍ରବାର ଅପରାହ୍ନରେ ଓଡ଼ିଶାରେ ପହଁଚିଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟାନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ଏକ ଭବ୍ୟ ରୋଡ୍ ଶୋ କରିଛନ୍ତି ମୋଦୀ । । ବିମାନବନ୍ଦରୁ ଜନତା ମଇଦାନ ଯାଏଁ ପୁରା ଲୋକାରଣ୍ୟ ହୋଇଯାଇଛି । ମୋଦୀ ନାରା, ହୁଳହୁଳି, ବାଜାର ତାଳରେ କମ୍ପିଛି ରାଜଧାନୀର ରାଜରାସ୍ତା । ମୋଦୀଙ୍କ ସ୍ୱାଗତ ପାଇଁ ପ୍ରାୟ ୨୮ଟି ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ହାତ ହଲାଇ ରାସ୍ତାର ପାର୍ଶ୍ୱରେ ଥିବା ଜନତାଙ୍କୁ ଅଭିବାଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୧୯ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ । ଏହା ସହିତ ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ । ସେହିପରି ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ହିତାଧିକାରୀଙ୍କୁ କାର୍ଡ ବାଣ୍ଟିବେ । ଲକ୍ଷପତି ଦିଦିଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ମୁଖ୍ୟମନ୍ତ୍ରୀ ଅନ୍ତୋଦ୍ୟୋୟ ଯୋଜନାରେ ଘର ବାଣ୍ଟିବେ । ପ୍ରଧାନମନ୍ତ୍ରୀଙ୍କ ଆଗରେ ମୋହନ ସରକାର ୨୦୩୬ ବିକଶିତ ଓଡ଼ିଶା ପାଇଁ ପ୍ରସ୍ତୁତ କରିଥିବା ଭିଜନ ଡକ୍ୟୁମେଣ୍ଟାରୀକୁ ପ୍ରଦର୍ଶନ କରିବେ ।