ଭୁବନେଶ୍ୱର: ଆହୁରି ଗୋଟିଏ ସପ୍ତାହ ଭିତରେ ୧ କୋଟି ଲୋକଙ୍କ ଆବେଦନ ଆସିଯାଇଥିବ । ଇ କେୱାଇସି ପାଇଁ ଟିକେ ସମୟ ଲାଗୁଛି ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମାର୍ଚ୍ଚ ୮ରେ ସମସ୍ତେ ଏକା ସାଙ୍ଗରେ ପାଇବେ ୨ୟ କିସ୍ତି ପଇସା । ସୁଭଦ୍ରା ଯୋଜନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।
ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୁଇ ଦିନ ତଳେ ପାଖାପାଖି ୯୨ ଲକ୍ଷ ଲୋକେ ଆବେଦନ କରିଥିଲେ । ୨୫ ଲକ୍ଷ ୧୧ ହଜାର ଲୋକଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯାଇଛି । ଆହୁରି ଗୋଟିଏ ସପ୍ତାହ ଭିତରେ ୧ କୋଟି ଲୋକଙ୍କ ଆବେଦନ ଆସିଯାଇଥିବ । ଇ କେୱାଇସି ପାଇଁ ଟିକେ ସମୟ ଲାଗୁଛି ବୋଲି କହିଛନ୍ତି ପ୍ରଭାତୀ ପରିଡା । ସୁଭଦ୍ରା କୋଟିଏ ଲୋକଙ୍କ ପାଖରେ ପଂହଁଚିବା ପାଇଁ ୧ରୁ ସ୍ଲାବ ହେବ ପୁଣି ଲୋକଙ୍କୁ ଦିଆଯିବ । ଯେଉଁମାନେ ଆବେଦନ କରିଛନ୍ତି ସମସ୍ତଙ୍କର ଯାଞ୍ଚ କରାଯିବ ।
ଉପ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଏଥର ୨୫ ଲକ୍ଷ ୧୧ ହଜାର ଲୋକଙ୍କ ପାଖେ ପହଁଚିଛୁ, ପେ ସିଷ୍ଟମ ସୁବିଧା ଅଛି । କୋଟିଏ ଲୋକଙ୍କ ପାଖେ ଖୁବ ଶୀଘ୍ର ପହଁଚିବ ବୋଲି ଆଶା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ସମସ୍ତଙ୍କୁ ଧେର୍ଯ୍ୟ ଧରିବାକୁ ସେ ନିବେଦନ କରିଛନ୍ତି । ମାର୍ଚ୍ଚ ୮ ପରେ ଏଭଳି ସ୍ଥିତି ହେବ ନାହିଁ । ଏହା ଏକ ପ୍ରଥମ ଥର ତେଣୁ ଟିକେ କଷ୍ଟ ହେଉଥିବ । ପ୍ରଥମ କିସ୍ତି ସମସ୍ତେ ପାଇବା ପରେ ଏଭଳି ସ୍ଥିତି ହେବ ନାହିଁ । ତେଣୁ ମାର୍ଚ୍ଚ ୮ ରେ ସମସ୍ତେ ଏକା ସାଙ୍ଗରେ ପାଇବେ ୨ୟ କିସ୍ତି ପଇସା ।
ରାଜ୍ୟରେ ଚାଲିଥିବା ସଦସ୍ୟତା ଅଭିଯାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମହିଳାମାନଙ୍କ ପାଇଁ ଭଲ ପାର୍ଟି ହେଉଛି ବିଜେପି । ମୁଁ ପ୍ରଥମ ଥର ଏମଏଲଏ ପୁଣି ଉପ ମୁଖ୍ୟମନ୍ତ୍ରୀ ତେଣୁ ମୁଁ ଭାବୁଛି ମହିଳାମାନଙ୍କ ପାଇଁ ବିଜେପି ଠିକ । ଆମେ ସମସ୍ତେ ଲାଗିଛୁ ଦଳରେ ସଦସ୍ୟତା ଅଭିଯାନ ଚାଲିଛି ସେଥିରେ ମହିଳାମାନଙ୍କ ସଦସ୍ୟ ସଂଖ୍ୟା ବଢିବ ବୋଲି ପ୍ରଭାତୀ କହିଛନ୍ତି ।
ଆସନ୍ତା ୨୭ ତାରିଖରେ ପର୍ଯ୍ୟଟନ ଦିବସ । ସେହି ଦିନ ଆମେ ଜଣାଇବୁ ବର୍ଷକ ପାଇଁ କ’ଣ କ’ଣ କାମ କରିବୁ । ମୋଦିଙ୍କ ଫୋକସ ମଧ୍ୟ ରହିଛି, ତେଣୁ ସେଦିନ ସବୁ ଯୋଜନାର ସାର୍ବଜନୀନ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।