କରୋନା ସମୟରେ ବି ରାଜନୀତି ! ଆସନ୍ତା ଶୁକ୍ରବାର ଦିନ ବସିବ 15ଟି ବିରୋଧୀ ଦଳମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ
Khabar Odisha:coronavirus-opposition-leaders-meeting-mamata-banerjee-uddhav-thackeray-political-partie
ନୂଆଦିଲ୍ଲୀ, ମେ ୧୯ (ଖବର ଓଡ଼ିଶା):

ଆସନ୍ତା ଶୁକ୍ରବାର ଅପରାହ୍ନ 3 ଟାରେ କରୋନା ସଙ୍କଟ ଉପରେ ଦେଶରେ ଥିବା ପ୍ରମୁଖ ବିରୋଧୀଦଳ ଗୁଡିକର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଏନସିପି ନେତା ଶରଦ ପାୱାର, ଡିଏମକେ ନେତା ଏମ.କେ ଷ୍ଟାଲିନ ଏବଂ 15 ଟି ରାଜନୈତିକ ଦଳ ଯୋଗଦେବେ ବୋଲି ସୂଚନା ମିଳିଛି ।

ତେବେ କଂଗ୍ରେସର କୌଣସି ପ୍ରତିନିଧୀ ଏହି ବୈଠକରେ ଅଂଶଗ୍ରହଣ କରିବେ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ତେବେ ଆଶା କରାଯାଉଛି ଯେ ଏହି ବୈଠକରେ ମୋଦୀ ସରକାରଙ୍କ ପକ୍ଷରୁ ଦେଶରେ କରୋନା ମୁକାବିଲା ନେଇ ଲାଗୁ କରାହୋଇଥିବା ଲକଡାଉନ ନିୟମକୁ ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

ଲକଡାଉନ ବଢିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ବସିଥିବା ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାର ଭେଦଭାବ କରୁଥିବା ନେଇ ଅଭିଯୋଗ କରିଛନ୍ତି ଏବଂ କହିଛନ୍ତି ଯେ ଏଭଳି ସମୟରେ କେନ୍ଦ୍ର ରାଜନୀତି କରିବା ଉଚିତ ନୁହେଁ। ସେ କହିଛନ୍ତି ଯେ କରୋନା ବିରୋଧରେ ଲଢେଇରେ ରାଜ୍ୟ ଭଲ କାମ କରୁଛି। କେନ୍ଦ୍ର ସରକାର ଏଇଟା ବୁଝିବା ଉଚିତ୍ ଯେ ବେଙ୍ଗଲ ରାଜ୍ୟକୁ ଲାଗି କରି ଏକ ଅନ୍ତର୍ଜାତୀୟ ସୀମା ରହିଛି |

ତେବେ ଏହା ପୂର୍ବରୁ ମଧ୍ୟ 26 ଏପ୍ରିଲ ଦିନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ ଯେ, ଆମେ କେନ୍ଦ୍ର ସରକାରଙ୍କୁ ଡାଲି ମାଗିଥିଲୁ, କାରଣ ଖାଦ୍ୟ ସୁରକ୍ଷା ଆଇନ ବଳରେ ଆମ ଲୋକମାନଙ୍କୁ ଆମେ ଖାଦ୍ୟ ଶସ୍ୟ ଯୋଗାଇ ଦେଉଛୁ କିନ୍ତୁ ଲୋକମାନଙ୍କୁ ଡାଲି ଯୋଗାଇ ପାରୁନୁ, ଆମ ପାଖରେ କେବଳ ଚାଉଳ ଅଛି ଏହି କାରଣରୁ ଆମେ କେବଳ ଡାଲି ମାଗିଥିଲୁ ହେଲେ ବର୍ତ୍ତମାନ ସୁଦ୍ଧା ଆମକୁ କେନ୍ଦ୍ରରୁ କୌଣସି ବି ସାହାର୍ଯ୍ୟ ମିଳିଲା ନାହିଁ। ମୋ ତେ ଲାଗୁଛି ନିଶ୍ଚୟ ଡାଲ ମେ କୁଛ କାଲ  ହେତେବେ ଦେଖାଯାଉ କେବେ ଆମକୁ ଡାଲି ମିଳୁଛି।

ତେବେ ଏହି ବୈଠକକୁ ନେଇ ବିଶ୍ୱାସ କରାଯାଉଛି ଯେ ମମତା ବାନାର୍ଜୀ, ଉଦ୍ଧବ ଠାକରେ ଏବଂ ବିରୋଧୀ ଦଳର ନେତା ଏହି ସବୁ ବିଭିନ୍ନ ପ୍ରସଙ୍ଗରେ ନିଜର ରଣନୀତି ପ୍ରସ୍ତୁତ କରିବେ। ଏଥିସହ ରାଜ୍ୟଗୁଡିକରୁ କେନ୍ଦ୍ର ଦାବି କରୁଥିବା ରିଲିଫ୍ ପ୍ୟାକେଜ୍ ଉପରେ ମଧ୍ୟ ଆଲୋଚନା କରାଯାଇପାରିବ। ରାଜ୍ୟଗୁଡିକ ପାଇଁ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ ରିଲିଫ୍ ପ୍ୟାକେଜ୍ ଘୋଷଣା କରାଯାଇ ନାହିଁ।

  • Tags:

Subscribe

National International State Sports Entertainment