ନୂଆଦିଲ୍ଲୀ: ତିନୋଟି ରାଜ୍ୟରେ ହେବାକୁ ଥିବା ଉପ ନିର୍ବାଚନ ତାରିଖରେ ପରିବର୍ତ୍ତନ କରାଯାଇଛି । କେରଳ, ପଞ୍ଜାବ ଓ ଉତ୍ତର ପ୍ରଦେଶର ଉପ ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ବିଭିନ୍ନ ପର୍ବପର୍ବାଣୀ ପାଇଁ ନଭେମ୍ବର ୧୩ରେ ହେବାକୁ ଥିବା ନିର୍ବାଚନ ୨୦ରେ ଅନୁଷ୍ଠି ହେବ । ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ ମୁଖ୍ୟ ରାଜୀବ କୁମାର ।
ସେ କହିଛନ୍ତି ଯେ ସମସ୍ତ ଆଞ୍ଚଳିକ ଏବଂ ଜାତୀୟ ଦଳର ଅନୁରୋଧ କ୍ରମେ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି । କମ ମତଦାନ ହେବା ଆଶଙ୍କାରେ ନିର୍ବାଚନ ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି । ନଭେମ୍ବର ୧୩ ବଦଳରେ ନଭେମ୍ବର ୨୦ରେ ଉପ ନିର୍ବାଚନ ହେବ ।
ଅନ୍ୟପକ୍ଷରେ ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ନଭେମ୍ବର ୧୩ ଏବଂ ୨୦ରେ ବିଧାନସଭା ପାଇଁ ମତଦାନ ହେବ । ନଭେମ୍ବର ୨୩ରେ ଫଳାଫଳ ପ୍ରକାଶ ପାଇବ ।