ଭୁବନେଶ୍ୱର,ଜୁନ ୫(ଖବର ଓଡିଶା):
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି। ମୋ ସ୍ବାମୀଙ୍କ ଅଧୁରା ସ୍ବପ୍ନ ପୂରଣ କରିବି ବୋଲି ବ୍ରଜରାଜନଗର ବିଧାୟିକା କହିଛନ୍ତି । ଏହାସହିତ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀକୁ ଏକ ନମ୍ବର ନିର୍ବାଚନ ମଣ୍ଡଳୀ କରିବାର ମୋ ସ୍ବାମୀଙ୍କର ଯେଉଁ ସ୍ବପ୍ନ ଦେଖିଥିଲେ ତାହାକୁ ପୂରଣ କରିବା ପାଇଁ ଚେଷ୍ଟା କରିବି ବୋଲି ମଧ୍ୟ କହିଛନ୍ତି।
ସୂଚନା ଅନୁସାରେ, ବ୍ରଜରାଜନଗର ଉପନିର୍ବାଚନରେ ବାଜି ମାରିଲା ମାରିଛି ବିଜେଡି । ଅଳକା ମହାନ୍ତି ୬୫ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇ ଅଳକା ବିଜୟନୀ ହୋଇଛନ୍ତି ।
ତେବେ ୬୫ ହଜାରରୁ ଅଧିକ ଭୋଟରେ ଅଳକା ମହାନ୍ତି ବିଜୟୀ ହୋଇଛନ୍ତି । ସେହିପରି ୨୫,୮୨୭ ଖଣ୍ଡ ଭୋଟ ସହିତ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ରହିଛନ୍ତି । ସେହିପରି ୨୧,୪୬୮ ଖଣ୍ଡ ଭୋଟ ସହିତ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଛନ୍ତି ।