ନୂଆଦିଲ୍ଲୀ: ଆଉ କେଇଟା ଦିନ ପରେ ଦେଶରେ ସୀମା ଜମ୍ମୁ କଶ୍ମୀରରେ ଆରମ୍ଭ ହେବ ଗଣତନ୍ତ୍ରର ମହାପର୍ବ । ଏହା ପୂର୍ବରୁ ଆରମ୍ଭ ହୋଇଛି ପ୍ରତିଶ୍ରୁତି ପର୍ବ । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହା କଶ୍ମୀର ବାସିନ୍ଦାଙ୍କ ପାଇଁ ସଂକଳ୍ପ ପତ୍ର ଜାରି କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଜମ୍ମୁ କଶ୍ମୀରରେ ପହଁଚିଛନ୍ତି । ପ୍ରଥମେ ଦଳୀୟ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବା ପରେ ସଂକଳ୍ପ ପତ୍ର ଜାରି କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ବିଜେପି ଜମ୍ମୁ କଶ୍ମୀର ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ପଣ୍ଡିତ ପ୍ରେମନାଥଙ୍କ ଆନ୍ଦୋଳନ ଠାରୁ ଆରମ୍ଭ କରି ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଦେହାନ୍ତ ପର୍ଯ୍ୟନ୍ତ, ଏ ସମସ୍ତ ସଂଘର୍ଷ ପ୍ରଥମେ ଭାରତୀୟ ଜନସଂଘ ଓ ପରେ ବିଜେପିକୁ ଆଗକୁ ବଢ଼ାଇଛି । ଧାରା ୩୭୦ ଓ ୩୫ଏ ବର୍ତ୍ତମାନ ଅତୀତ ହୋଇଯାଇଛି, ଯାହା ଆଉ କେବେବି ଫେରିବ ନାହିଁ ବୋଲି କହିଛନ୍ତି । ଧାରା ୩୭୦ କଶ୍ମୀର ଯୁବକଙ୍କ ହାତରେ ପଥର ଓ ଅସ୍ତ୍ର ଧରାଇଥିଲା । ମୋଦୀଙ୍କ ନେତୃତ୍ୱରେ ଅନେକ ବିକାଶ କାର୍ଯ୍ୟ କରାଯାଇଛି ବୋଲି ଅମିତ ଶାହା କହିଛନ୍ତି ।
ସଂକଳ୍ପ ପତ୍ର କଶ୍ମୀରକୁ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବାଠୁ ନେଇ କୃଷି, ଶିକ୍ଷା, ମହିଳା, ବୃଦ୍ଧ ଭଳି ସମସ୍ତ ଦିଗକୁ ଧ୍ୟାନ ଦିଆଯାଇଛି । ସରକାରୀ ମେଡ଼ିକାଲ କଲେଜରେ ୧୦୦୦ ସିଟ୍ ବୃଦ୍ଧି, ବାର୍ଦ୍ଧକ୍ୟ, ବିଧବା ଓ ବିକଳାଙ୍ଗ ଭତ୍ତା ୩୦୦୦ ଟଙ୍କାକୁ ବୃଦ୍ଧି, ୫ ଲକ୍ଷ ନିଯୁକ୍ତି ସୁଯୋଗ, ପିଏମ କିଷାନ ନିଧି ଯୋଜନାରେ ୧୦,୦୦୦ ଟଙ୍କା ପ୍ରଦାନ, କୃଷି ବିଜୁଳି ବିଲରେ ୫୦ ପ୍ରତିଶ୍ରୁତି ହ୍ରାସ ଭଳି ଅନେକ ପ୍ରତିଶ୍ରୁତି ଦେଇଛି ବିଜେପି ।