ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ଭାରତୀୟ ଜନତା ପାର୍ଟୀର ଯୁବ ମୋର୍ଚ୍ଚାର ଜଣେ କର୍ମକର୍ତ୍ତାଙ୍କୁ ପିଟିପିଟି ନିର୍ମମଭାବେ ହତ୍ୟା କରାଯାଇଛି । ବିଭୂତିଖଣ୍ଡ ଥାନା ଅନ୍ତର୍ଗତ ଜଲୱା କ୍ଲବ୍ ବାହାରେ ସାମାନ୍ୟ ସିଗାରେଟ୍ ଟଣାକୁ ନେଇ ମହାଭାରତ ହୋଇଛି । ଫଳରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ବିଜେପି ଯୁବ ମୋର୍ଚ୍ଚା ସଦସ୍ୟ ଶିବମ ସିଂହଙ୍କ ମୃତ୍ୟୁ ହୋଇଛି ।
ଅଯୋଧ୍ୟାର ଶିବମ ସିଂହ ନିଜର ଦୁଇ ଜଣ ସାଙ୍ଗ ନିଲେଶ ଏବଂ ଜୀଶାନଙ୍କ ସହିତ ପାର୍ଟି କରିବାକୁ ଲକ୍ଷ୍ନୌ ଯାଇଥିଲେ । ବିଳମ୍ବିତ ରାତିରେ ଲକ୍ଷ୍ନୌର ଜଲୱା କ୍ଲବରେ ପହଁଚିଥିଲେ । ସମସ୍ତ କ୍ଲବ୍ ବାହାରେ ସିଗାରେଟ୍ ଟାଣୁଥିବାବେଳେ କିଛି ବ୍ୟକ୍ତିଙ୍କ ସାଙ୍ଗରେ ବଚସା ହୋଇଥିଲା । ଏହି ବଚସା ଧିରେ ଧିରେ ଉଗ୍ର ରୂପ ଧାରଣ କରି ମାରପିଟରେ ପରିଣତ ହୋଇଥିଲା ।
କିଛି ଲୋକ ଶିବମଙ୍କୁ ଅତି ଅମାନୁଷିକ ଭାବେ ପିଟିଥିଲେ । ଫଳରେ ଶିବମ ଗମ୍ଭୀରଭାବରେ ଗୁରୁତରେ ହୋଇଥିଲେ । ସେ ଘଟଣାସ୍ଥଳରେ ହିଁ ଚେତାଶୂନ୍ୟ ହୋଇପଡ଼ିବାରୁ ସେଠାରେ ଉପସ୍ଥିତ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ତାଙ୍କ ସୌରଭ ସିଂହ ତାଙ୍କ ଫୋନରୁ କଲ୍ କରି ସୂଚନା ଦେଇଥିଲେ ।
ପୋଲିସ ଘଟଣା ସ୍ଥଳରେ ପହଁଚି ଶିବମକୁ ଉଦ୍ଧାର କରି ରାମ ମନୋହର ଲୋହିଆ ମେଡ଼ିକାଲରେ ଭର୍ତ୍ତି କରିଥିଲା । କିନ୍ତୁ ସେଠାରେ ବେଡ୍ ଖାଲି ନ ଥିବାରୁ ତାଙ୍କୁ ଗୌମତୀ ନଗର
ହସ୍ପିଟାଲକୁ ଅଣାଯାଇଥିଲା ବୋଲି ପରିବାର ଲୋକେ କହିଛନ୍ତି । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିବମଙ୍କର ମୃତ୍ୟୁ ହୋଇଛି ।
ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଲୋକେ ଦାବି କରିଛନ୍ତି । ତାଙ୍କ ସହିତ ଯେଉଁ ସାଙ୍ଗମାନେ ଥିଲେ ସେମାନେ କାହିଁକି ବଞ୍ଚାଇବାକୁ ଆସିଲେ ନାହିଁ, ସେମାନେ ଏଥିରେ ସାମିଲ ଥିବାୱ ପରିବାର ଅଭିଯୋଗ କରିଛି । ଏ ନେଇ ଥାନାରେ ଏତଲା ଦାୟର ହୋଇଥିବାବେଳେ ଖୁବ ଶୀଘ୍ର ଅଭିଯୁକ୍ତମାନେ ଗିରଫ ହେବେ ବୋଲି ପୋଲିସ କହିଛି ।