ନବ ନିର୍ବାଚିତ ବିଭୂତି ଭୂଷଣ ଜେନାଙ୍କୁ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଦାୟିତ୍ଵ ମିଳିବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମଭୂମିକୁ ଫେରିଛନ୍ତି । ଫେରିବା ରାସ୍ତାରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ପ୍ରଥମେ ସେ ନିଜ ଜନ୍ମଭୂମିକୁ ଆସି ନିଜ ମାଆଙ୍କର ଆଶୀର୍ବାଦ ନେଲା ପରେ ଗୋଳନ୍ଥରl ସ୍ଥିତ ପ୍ରଭୁ ଇସlନେଶ୍ୱର ମହାଦେବ ମନ୍ଦିରକୁ ଯାଇ ଆଶୀର୍ବାଦ ଗ୍ରହଣ କରିଥିଲେ । ଦୀର୍ଘ ତିରିଶି ବର୍ଷର ବ୍ୟବଧାନ ପରେ ଏତେ ବଡ ଦାୟିତ୍ୱ ମିଳି ଥିବାରୁ ଖୁସି ଜାହିର କରିଥିଲେ । ଏହାର ଶ୍ରେୟ ବିପୁଳ ମାତ୍ରାରେ ଭୋଟ ଦେଇ ନିର୍ବାଚିତ କରିଥିବା ଗୋପାଳପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ଦେବା ସହ ସେମାନଙ୍କ ନିକଟରେ ଚିର ଋଣୀ ବୋଲି କହିଥିଲେ। ଜିଲ୍ଲାକୁ ଦାଦନ ମୁକ୍ତ କରିବା ସହ କୃଷି, ମହିଳା ସଶକ୍ତିକରଣ କ୍ଷେତ୍ରର ବିକାଶଧାରା ଉପରେ ଗୁରୁତ୍ବ ଦିଆଯାଇ ଏକ ନୂତନ ଅଧ୍ୟାୟ ସୃଷ୍ଟି କରାଯିବ ବୋଲି ସେ କହିଥିଲେ।
ଅଧିକ ପଢନ୍ତୁ : ଜାଣନ୍ତୁ ମୋହନ ସରକାରଙ୍କ କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ