ଚଳିତ ବର୍ଷ ନିର୍ବାଚନରେ ରାଜ୍ୟରେ ବିଜେପି ବିଜୟ ଲାଭ କରିବା ସହ ଗତ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଶପଥ ପାଠ କରିଥିଲେ ଏବଂ ତାଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ ଭାବେ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଶପଥ ପାଠ କରିଥିଲେ । ଏହା ବ୍ୟତୀତ ରାଜ୍ୟ ମନ୍ତ୍ରୀ ମଣ୍ଡଳ ପାଇଁ ୧୩ ଜଣ ମନ୍ତ୍ରୀ ଶପଥ ପାଠ କରିଥିଲେ । କିଛି ଦିନର ଅପେକ୍ଷା ପରେ ଗତ ଶନିବାର ମନ୍ତ୍ରୀଙ୍କ ବିଭାଗ ବଣ୍ଟନ ତାଲିକା ପ୍ରକାଶ ପାଇଛି ।
ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖେ ରହିଛି ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ, ଅର୍ଥ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଜଳ ସଂପଦ, ଯୋଜନା ଓ ସମନ୍ୱୟ, (ଆବଣ୍ଟିତ ନ ହୋଇ ଥିବା ଅନ୍ୟ ବିଭାଗ) । ସେହିପରି କୃଷି ଓ କୃଷକ ସଶକ୍ତୀକରଣ ଓ ଶକ୍ତି ବିଭାଗ ରହିଛି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓଙ୍କ ପାଖରେ । ଅନ୍ୟପକ୍ଷରେ ପ୍ରଭାତୀ ପରିଡ଼ାଙ୍କ ପାଖରେ ରହିଛି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ ବିଭାଗ ।
ସୁରେଶ ପୂଜାରୀଙ୍କୁ ମିଳିଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ନିତ୍ୟାନନ୍ଦ ଗଣ୍ଡଙ୍କୁ ମିଳିଛି ସ୍କୁଲ୍ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ଶସକ୍ତକରଣ, ମୁକେଶ ମହାଲିଙ୍ଗଙ୍କୁ ମିଳିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୂଚନା ବୈଷୟିକ ବିଭାଗ, ବିଭୁତି ଭୁଷଣ ଜେନାଙ୍କୁ ମିଳିଛି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ବିଭାଗ, ସୂର୍ୟ୍ୟବଂଶୀ ସୂରଜଙ୍କୁ ମିଳିଛି ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ରବି ନାରାୟଣ ନାୟକଙ୍କୁ ମିଳିଛି ଗ୍ରାମ ଉନ୍ନୟନ. ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ, କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ବିଭାଗ, ଗଣେଶ ରାମ ସିଂ ଖୁଣ୍ଟିଆଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ନିଯୁକ୍ତି ରାଜ୍ୟ ବୀମା ବିଭାଗ, ଗୋକୁଳାନନ୍ଦ ମଲ୍ଲିକଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ଦ୍ୟୋଗ ବିଭାଗ, ସମ୍ପଦ ସ୍ୱାଇଁଙ୍କୁ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ପ୍ରଦୀପ ବଳସମାନ୍ତଙ୍କୁ ସମବାୟ, ହସ୍ତତନ୍ତ୍ର, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ, ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ଗୃହ ଓ ନଗର ଉନ୍ନୟନ, ସାଧାରଣ ଅଭିଯୋଗ ଓ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମିଳିଛି ଆଇନ୍, ପୂର୍ତ୍ତ ଓ ଅବକାରୀ ବିଭାଗ ।
ଅଧିକ ପଢନ୍ତୁ : ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ମୁଖ୍ଯମନ୍ତ୍ରୀଙ୍କ ସମୀକ୍ଷା